ବାଗଦାଦ: ସୋମବାରଠାରୁ ଇରାକ୍ର ରାଜଧାନୀ ବାଗଦାଦ ସହରରେ ଗୋଷ୍ଠୀ ସଂଘର୍ଷର ସୂତ୍ରପାତ ହେବାଫଳରେ ୩୦ ଜଣ ପ୍ରାଣ ହରାଇଛନ୍ତି । ଶତାଧିକ ଆହତଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଇରାକ୍ରେ ସିହା ସଂପ୍ରଦାୟର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିବା ଜଣାପଡିଛି । ଇରାନ ସମର୍ଥିତ ବିଦୋହ୍ରୀଙ୍କ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ରକେଡ ଓ ଗ୍ରେନେଡ ମାଡ କରାଯାଇଥିବାବେଳେ ସିହା ସଂପ୍ରଦାୟ ମୁଖ୍ୟ ମୁକ୍ତାଦା ଅଲ୍-ସଦରଙ୍କ ସମର୍ଥକଙ୍କୁ ମୁଖ୍ୟତଃ ଟାର୍ଗେଟ କରାଯାଇଛି ।
ରାଜନୀତିରୁ ଅବ୍ୟାହତି ନେବାକୁ ମୁକ୍ତାଦା ଘୋଷଣା କରିବାପରେ ବାଗଦାଦରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ଇରାନ ଇତିମଧ୍ୟରେ ଇରାକ୍ ସଂଲଗ୍ନ ସୀମାକୁ ସିଲ୍ କରିଥିବାବେଳେ ଇରାକ୍କୁ ବିମାନ ଉଡାଣ ସ୍ଥଗିତ ରଖିଛି । ବିଦ୍ରୋହୀମାନେ ରାଷ୍ଟ୍ରପତି ଭବନ କବ୍ଜା କରିଥିବାବେଳେ ସେଠାରେ ଶ୍ରୀଲଙ୍କା ଅନୁରୂପ ସ୍ଥିତି ଦେଖିବାକୁ ମିଳିଛି ।