20.1 C
Bhubaneswar
Tuesday, November 19, 2024
Homeଦେଶ ବିଦେଶଯମୁନାରେ ବିସର୍ଜନ କଲେ ୫୦ ହଜାର ଜୋରିମାନା

ଯମୁନାରେ ବିସର୍ଜନ କଲେ ୫୦ ହଜାର ଜୋରିମାନା

ନୂଆଦିଲ୍ଲୀ: ଗୁରୁବାର ଦେଶବ୍ୟାପୀ ଗଣେଶ ପୂଜା ପାଳିତ ହେବାକୁ ଯାଉଛି । ସେପ୍ଟେମ୍ବର ୯ରେ ଭସାଣି ଅନୁଷ୍ଠିତ ହେବ । ତେବେ ଯମୁନା ନଦୀ କିମ୍ବା ଅନ୍ୟ ସରକାରୀ ଜଳାଶୟରେ ଯଦି ଗଣେଶ ମୂର୍ତ୍ତି ବିସର୍ଜନ କରାଯାଏ, ତେବେ ଅଭିଯୁକ୍ତଙ୍କୁ ୫୦ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରାଯିବ ବୋଲି ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରର କମିଟି (ଡିପିସିସି) ପକ୍ଷରୁ କଡା ଚେତାବନୀ ଦିଆଯାଇଛି । କେବଳ ଗଣେଶ ପୂଜା କାହିଁକି ଦଶହରା ସମୟରେ ମଧ୍ୟ ଏହି ନିର୍ଦ୍ଦେଶକୁ କଡାକଡିଭାବେ ପାଳନ କରିବାକୁ କୁହାଯାଇଛି ।

ଏଥିରେ ବ୍ୟତିକ୍ରମ ଘଟିଲେ ସଂପୃକ୍ତ ବ୍ୟକ୍ତି /ଅନୁଷ୍ଠାନକୁ ଜୋରିମାନା କିମ୍ବା ୬ ବର୍ଷ ଜେଲଦଣ୍ଡ ପ୍ରଦାନ କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି । ଜିଲ୍ଲା ପ୍ରଶାସନକୁ ଏହା ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅପରପକ୍ଷରେ ପ୍ଲାଷ୍ଟର ଅଫ୍ ପ୍ୟାରିସରେ ନିର୍ମିତ ଗଣେଶ ମୂର୍ତ୍ତି ବିସର୍ଜନ କରାଗଲେ ଯମୁନା ପାଣି ଅଧିକ ପ୍ରଦୂଷିତ ହେଉଥିବା କମିଟି ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking