ଚେନ୍ନାଇ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଆଇଏଡିଏମକେର ତତ୍କାଳୀନ ମୁଖ୍ୟ ସୁଶ୍ରୀ ଜୟଲଳିତାଙ୍କ ମୃତ୍ୟୁ ମାମଲାରେ ଘନିଷ୍ଠ ସହଯୋଗୀ ବୋଲାଉଥିବା ଶଶିକଳାଙ୍କୁ ଜେରା କରିବାକୁ ଜଷ୍ଟିସ ଅରୁମୁଘସ୍ୱାମୀ ତାଙ୍କ ତଦନ୍ତ ରିପୋର୍ଟରେ ରାଜ୍ୟ ସରକାରଙ୍କୁ ସୁପାରିସ କରିଛନ୍ତି ।
ଶଶିକଳାଙ୍କ ବ୍ୟତୀତ ପୂର୍ବତନ ମୁଖ୍ୟ ଶାସନ ସଚିବ ରାମମୋହନ ରାଓ, ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସି.ବିଜୟଭାସ୍କର ଓ ଅନ୍ୟ କେତେକ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ତଦନ୍ତ ସୁପାରିସ କରାଯାଇଛି ।