22.1 C
Bhubaneswar
Sunday, November 17, 2024
Homeଖେଳଏଚ୍‌ଏସ୍‌ବିସି ଇଣ୍ଡିଆ ସହ ଏଏଫ୍‌ଆଇର ଚୁକ୍ତି

ଏଚ୍‌ଏସ୍‌ବିସି ଇଣ୍ଡିଆ ସହ ଏଏଫ୍‌ଆଇର ଚୁକ୍ତି

ମୁମ୍ବାଇ: ସୋମବାର ଭାରତୀୟ ଆଥଲେଟିକ୍ସ ମହାସଂଘ (ଏଏଫ୍‌ଆଇ) ଏଚ୍‌ଏସ୍‌ବିସି ଇଣ୍ଡିଆ ସହ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି । ଏହି ଚୁକ୍ତିନାମା ବଳରେ ଦେଶର ମହିଳା ଆଥଲେଟମାନଙ୍କ ପ୍ରତିଭାର ବିକାଶ ଉପରେ ଫୋକସ୍ କରାଯିବ । ୧୪ ଓ ୧୬ ବର୍ଷରୁ କମ୍ ବର୍ଗରେ ଜାତୀୟ ଆନ୍ତଃଜିଲ୍ଲା ଚାମ୍ପିଅନ୍‌ଶିପ୍ ମାଧ୍ୟମରେ ଦେଶର ବିଭିନ୍ନ ସ୍ଥାନରୁ ମହିଳା ପ୍ରତିଯୋଗୀମାନଙ୍କୁ ଚିହ୍ନଟ କରାଯିବ ଓ ପରବର୍ତ୍ତୀ ସମୟରେ ସେମାନଙ୍କୁ ଅନ୍ତର୍ଜାତୀୟ ପ୍ରତିଯୋଗିତା ସକାଶେ ପ୍ରସ୍ତୁତ କରିବା ପାଇଁ ଟ୍ରେନିଂ ଯୋଗାଇ ଦିଆଯିବ । ଏ ସଂକ୍ରାନ୍ତରେ ଏଏଫ୍‌ଆଇ ସଭାପତି ଆଦିଲ୍ ସୁମାରିୱାଲା କହିଛନ୍ତି ଯେ ଚୟନ ହୋଇଥିବା ଆଥଲେଟ୍‌ମାନଙ୍କ ସକାଶେ ସ୍ୱତନ୍ତ୍ର କୋଚିଂ କ୍ୟାମ୍ପ୍‌ର ଆୟୋଜନ କରାଯିବ । ଏଥିରେ ପ୍ରତିଭାଶାଳୀ ଯୁବ ଆଥଲେଟ୍‌ମାନଙ୍କ ସମସ୍ତ ଆବଶ୍ୟକତା ପୂରଣ କରାଯିବ ।

ଏଚ୍‌ଏସ୍‌ବିସି ସହ ହୋଇଥିବା ଚୁକ୍ତିନାମା ବିଭିନ୍ନ ଟ୍ରାକ୍ ଏଣ୍ଡ୍ ଫିଲ୍‌ଡ ଇଭେଣ୍ଟ୍‌ରେ ମହିଳା ପ୍ରତିଯୋଗୀଙ୍କ ଅଂଶଗ୍ରହଣକୁ ନିଶ୍ଚିତ କରିବା ସହ ଅନ୍ତର୍ଜାତୀୟ ସ୍ତରରେ ସେମାନଙ୍କ ପ୍ରଦର୍ଶନର ସ୍ତର ଆହୁରି ଉନ୍ନତ କରିପାରିବ ବୋଲି ସୁମାରିୱାଲା କହିଛନ୍ତି । ସେହିପରି ଏଚ୍‌ଏସ୍‌ବିସି ଇଣ୍ଡିଆ ମହାପ୍ରବନ୍ଧକ ତଥା ସିଇଓ ହିତେନ୍ଦ୍ର ଦବେ କହିଛନ୍ତି ଯେ ଦେଶର ମହିଳା ଆଥଲେଟ୍‌ମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇଦେବା ସକାଶେ କମ୍ପାନୀ ପ୍ରସ୍ତୁତ । ସେମାନଙ୍କୁ ଅନ୍ତର୍ଜାତୀୟ ମାନର ପ୍ରଶିକ୍ଷଣ ଉପକରଣ ଯୋଗାଇ ଦିଆଯିବା ସହ ପ୍ରଦର୍ଶନର ସ୍ତରକୁ ଅଧିକ ଶାଣିତ କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ଦବେ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଦେଶର ପ୍ରଥମ ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିଅନଶିପ୍ ପଦକ ବିଜେତା ଅଞ୍ଜୁ ବବି ଜର୍ଜ, ନିକଟରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ହାସଲ କରିଥିବା ୧୦ ହଜାର ମିଟର ରେସ୍ ୱାକ୍ ପ୍ରତିଯୋଗୀ ପ୍ରିୟଙ୍କା ଗୋସ୍ୱାମୀ, ଜାଭେଲିନ୍ ଥ୍ରୋୟର୍ ଅନୁ ରାନୀ ଓ ଏସିଆନ୍ ଗେମ୍ସରେ ୪୦୦ ମିଟରରେ ରୌପ୍ୟ ପଦକ ଜିତିଥିବା ହିମା ଦାସ ମଧ୍ୟ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking