18.1 C
Bhubaneswar
Tuesday, November 26, 2024
Homeଓଡିଶାକଳାହାଣ୍ଡି ଜିଲ୍ଲାରେ ଅହିଂସା ରଥ ସେପ୍ଟେମ୍ବର ୩ରୁ ୬ ତାରିଖ ପର୍ଯ୍ୟନ୍ତ

କଳାହାଣ୍ଡି ଜିଲ୍ଲାରେ ଅହିଂସା ରଥ ସେପ୍ଟେମ୍ବର ୩ରୁ ୬ ତାରିଖ ପର୍ଯ୍ୟନ୍ତ

ଭବାନୀପାଟଣା : ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ତଥା ଆଜାଦି କା ଅମୃତ ମହୋତ୍ସବ ଅବସରରେ ଗତ ୧୫ ତାରିଖରୁ ଭୁବନେଶ୍ୱରରୁ ଅହିଂସା ରଥ ବିଭିନ୍ନ ଜିଲ୍ଲା ପରିକ୍ରମା କରି ଆସନ୍ତା ୩.୯.୨୦୨୨ରିଖ ଦିନ କଳାହାଣ୍ଡି ଜିଲ୍ଲାରେ ପ୍ରବେଶ କରିବ । ନୂଆପଡ଼ା ଜିଲ୍ଲା ସିନାପାଲି ବର୍ଡର ନିକଟରେ ଗୋଲାମୁଣ୍ଡା ବ୍ଲକରେ ୨ ଟି ଅହିଂସା ରଥକୁ ଜିଲ୍ଲା ପ୍ରଶାସନ ଦ୍ଵାରା ସ୍ଵାଗତ କରାଯିବ। ସ୍ବାଧୀନତାର ସ୍ମାରକୀ ବହନ କରୁଥିବା ଏହି ରଥ ଓଡ଼ିଶାର ବିର ସଂଗ୍ରାମୀ ଓ ବଳିଦାନର ବାର୍ତା ପ୍ରଚାର କରିବ । ଅହିଂସା ରଥ-୧ କୁ ଗୋଲାମୁଣ୍ଡା ବ୍ଲକ ରେ ସ୍ବାଗତ କରାଯାଇ ବୃନ୍ଦାବାହାଲ,ବେହେରା ଓ ଧର୍ମଗଡ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ରାତ୍ରିଯାପନ , ଧର୍ମଗଡ଼ରୁ ବଲଦିଆମାଲ୍ ,ଜୁନାଗଡ, ଦାଶିଗାଁ ,ପଣ୍ଡିଗାଁ ,କଲମପୁର ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ରାତ୍ରିଯାପନ,କଲମପୁର ରୁ ବାହାରି ବିଜମରା, ବାନେର,ଜୟପାଟଣା,ମୁଖିଗୁଡ଼ାଠରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ରାତ୍ରିଯାପନ,ମୁଖିଗୁଡ଼ା ରୁ ବାହାରି ମୋଟେର,କୋକସରା,ଗୁଡହାଣ୍ଡି ଦେଇ ଆମପାଣି ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ।ସେଭଳି ଅହିଂସା ରଥ -୨ ଗୋଲାମୁଣ୍ଡା ରୁ ମହାଲିଂଗ ଦେଇ ବୋର୍ଡା,କର୍ଲପଡ଼ା,ପାଷ୍ଟିକୁଡ଼ି ଦେଇ କେସିଙ୍ଗା,କେସିଙ୍ଗାରୁ ଅମାଠ ,ବେଲଖଣ୍ଡି,କର୍ଲାମୁଣ୍ଡା,ଏମ ରାମପୁର ଛକ, ଉର୍ଲାଦାନି ଏବଂ ଏମ ରାମପୁର ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ନର୍ଲା ରୁ ବାହାରି ଅସୁରଗଡ,ରୁପ୍ରାରୋଡ, ଛତିଗୁଡା ଓ ଭବାନୀପାଟଣା ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ,ଭବାନୀପାଟଣା ରୁ ବାହାରି ଜୁନାଗଡ,ମହିଚଲା, ଚାରବାହାଲ,କୋକସରା ଓ ଆମପାଣି ଦେଇ ୭.୯.୨୦୨୨ରିଖ ଦିନ ନବରଙ୍ଗପୂର ଜିଲ୍ଲା ପ୍ରବେଶ କରିବ।ଏହି ସ୍ଥାନ ମାନଙ୍କରେ ରଥକୁ ସ୍ଵାଗତ,ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ପାଇଁ ବି ଡି ଓ/ଇ ଓ ,ଏନ୍ ଏ ସି /ମ୍ୟୁନିସିପାଲଟି/ଡି ଇ ଓ/ଡି ଏସ ଡବ୍ଲୁ ଓ/ଡି ସି ଓ/ଡି ଏସ୍ ଓ/କୁଳପତି,କଳାହାଣ୍ଡି ବିଶ୍ଵବିଦ୍ୟାଳୟ/ନେହେରୁ ଯୁବ କେନ୍ଦ୍ର/ଡି ଡବ୍ଲୁ ଓ / ସ୍ଵମନ ୟ ଅଧିକାରୀତଥା ଡି ଆଇ ପି ଆର୍ ଓ ଙ୍କୁ ଦାୟିତ୍ଵ ଦିଆଯାଇଛି।ଏହି ରଥକୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ପାଇଁ ସାମାଜିକ ଓ ସାଂସ୍କୃତିକ ଅନଷ୍ଠାନ,ସ୍ବେଛାସେବୀ ଅନୁଷ୍ଠାନ,ସ୍ଵୟଂ ସହାୟକ ଗୋଷ୍ଠୀ,ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ,ପଂଚାୟତରାଜ ପ୍ରତିନିଧି,ତଥା ଜନସାଧାରଣ ଙ୍କୁ ଅନୁରୋଧ କରାଯାଉଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking