29.1 C
Bhubaneswar
Saturday, October 5, 2024
Homeଅପରାଧସ୍ତ୍ରୀକୁ ପିଟି ସ୍ୱାମୀ ଗିରଫ

ସ୍ତ୍ରୀକୁ ପିଟି ସ୍ୱାମୀ ଗିରଫ

ଚନ୍ଦ୍ରଶେଖରପୁର: ଦୀର୍ଘ ୧୫ ବର୍ଷ ବୈବାହିକ ଜୀବନ ବିତାଇବା ପରେ ସ୍ୱାମୀ ମଦ ନିଶାରେ ଘରେ ସ୍ତ୍ରୀକୁ ବାରମ୍ବାର ମାଡ଼ ମାରୁଥିଲେ । ସ୍ତ୍ରୀ ଶେଷରେ ନିଜ ବାପ ଘରକୁ ପଳାଇ ଆସିଥିଲେ । କିନ୍ତୁ ସ୍ୱାମୀ ମଦ ପାଇଁ ଟଙ୍କା ମାଗିବାକୁ ଶ୍ୱଶୁର ଘରକୁ ଯାଇ ସ୍ତ୍ରୀଙ୍କୁ ମାଡ ମାରିବା ଭଳି ଏକ ଅଭାନୀୟ ଘଟଣା ଘଟିଛି । ଏନେଇ ଶାଶୁଙ୍କ ଅଭିଯୋଗ କ୍ରମେ ପୁଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି । ପ୍ରକାଶ ଯେ, ଦିଗପହଣ୍ଡି ଅଞ୍ଚଳର ପ୍ରଶାନ୍ତ ବିଶୋଇ ନିଜ ସ୍ତ୍ରୀ ରିନା ବିଶୋଇ ଓ ତିନି ଛୁଆଙ୍କୁ ଧରି ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଏଫଆର କୋଲନୀର ଘର ନଂ ୪୫/୧ ରେ ରହୁଥିଲେ ।

ପ୍ରଶାନ୍ତ ପ୍ରତ୍ୟେକ ଦିନ ମଦ ପିଇ ଘରକୁ ଆସି ସ୍ତ୍ରୀଙ୍କୁ ଟଙ୍କା ମାଗିବା ସହ ମାଡ଼ ମାରୁଥିଲେ । ଯାହାଫଳରେ ରିନା ସେମାନଙ୍କ ଘର ପାଖରେ ରହୁଥିବା ନିଜ ବାପା ଘରକୁ ପିଲାଙ୍କୁ ଧରି ଚାଲି ଯାଇଥିଲେ । କିନ୍ତୁ ପ୍ରଶାନ୍ତ ଶନିବାର ରାତିରେ ମଦପିଇ ଶ୍ୱଶୁର ଘରକୁ ଯାଇ ସ୍ତ୍ରୀକୁ ମାଡ ମାରିବା ସହ ମଦ ପାଇଁ ଟଙ୍କା ମାଗିଥିଲେ। ଯାହାକୁ ନେଇ ରିନାଙ୍କ ମା’ ସୁଆଗିବାଳା ଦାସ ପ୍ରତିବାଦ କରିବା ସହ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଅଭିଯୋଗକୁ ଭିତ୍ତିକରି ପ୍ରଶାନ୍ତକୁ ଗିରଫ କରି ଜେଲ ହାଜତକୁ ପଠାଇ ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking