32.1 C
Bhubaneswar
Tuesday, October 1, 2024
Homeଓଡିଶାସୁକିନ୍ଦାରେ ବିକାଶ ପର୍ବ ପାଳିତ

ସୁକିନ୍ଦାରେ ବିକାଶ ପର୍ବ ପାଳିତ

ଯାଜପୁର: ଯାଜପୁର ଜିଲ୍ଲା ର ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ଙ୍କ ବିଭିନ୍ନ ଯୋଜନା ର ବିକାଶ ନାରା ଦେଇ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ତଥା ସୁକିନ୍ଦା ବିଧାୟକ ଇଂ ପ୍ରୀତି ରଞ୍ଜନ ଘଡେଇ ସୁକିନ୍ଦା ରେ ବିକାଶ ପର୍ବ ଆରମ୍ଭ କରିଛନ୍ତି l
ଜଳ ସଂରକ୍ଷଣ ଏବଂ ସୁବିନିଯୋଗ ଉଦ୍ଦେଶ୍ୟରେ ଦାନଗଦୀ ଶାଳିଜଙ୍ଗା ପଞ୍ଚାୟତରେ ଅମୃତ ପୋଖରୀ ନିର୍ମାଣ ହେଉଛି। ପୋଖରୀ ଖନନ ଏବଂ ପାଚେରୀ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ମନ୍ତ୍ରୀ ଇଂ ପ୍ରିତୀରଞ୍ଜନ ଘଡ଼ାଇ। ଏହାସହ ନାରୀ ସଶକ୍ତି କରଣ ପାଇଁ ପ୍ରାୟ ୨୧ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ମିଶନ ଶକ୍ତି ଗୃହ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଅବଗତ ହେଇଛନ୍ତି।୨୫ ବର୍ଷରେ ବି ଜେ ଡି
ଯୁବକ-ଯୁବତୀଙ୍କୁ ଦଳ ସହ ଯୋଡ଼ିବା ପାଇଁ ସୁକିନ୍ଦା ଯୁବ ବିଜୁ ଜନତା ଦଳର ପ୍ରୟାସ ଆରମ୍ଭ। ପ୍ରତି ପଞ୍ଚାୟତରୁ ଯୁବପିଢ଼ୀର ୨୫ ଜଣଙ୍କୁ ବିଜେଡିର ସକ୍ରିୟ ସଦସ୍ୟ କରିବାର ଲକ୍ଷ୍ୟ ରହିଛି। ଲେମ୍ବା, ଗୋବରଘାଟି ଏବଂ ହରିପୁର ପଞ୍ଚାୟତରେ ବୈଠକ ହୋଇଛି।

ଦଳର ବରିଷ୍ଠ ନେତୃତ୍ୱଙ୍କ ସହଯୋଗରେ ସୁକିନ୍ଦା ଯୁବ ବିଜେଡି ସଭାପତି ସୁଜିତ ରାଉତ, ନୂଆ ସଭ୍ୟ ଯୋଡିବା ସହ ବୃକ୍ଷରୋପଣ କରିଛନ୍ତି।ସବୁଜ ସୁକିନ୍ଦା ଦାନଗଦୀ ବ୍ଲକ ମଙ୍ଗଳପୁର ପଞ୍ଚାୟତରେ ନିର୍ମାଣଧିନ ସବୁଜ ଉଦ୍ୟାନ (Green Park )କାର୍ଯ୍ୟର ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ ଅନୁଧ୍ୟାନ କରିଛନ୍ତି। ପ୍ରାୟ ୩୦ ଏକର ପରିସୀମା ପାର୍କ ର ପାଚେରୀ କାର୍ଯ୍ୟ ଶେଷ ହୋଇଛି। ସୁଇମିଂ ପୁଲ୍ ନିର୍ମାଣ ଏବଂ ଗଛ ଲଗାଇବା କାମ ଚାଲିଛି।
ପାଣିର ଆବଶ୍ୟକତା ଦୃଷ୍ଟିରୁ ୩ଟି ଗଭୀର ନଳକୂପ ଖନନ ହେଉଛି। ପାର୍କ ର ସୁନ୍ଦରତା ବୃଦ୍ଧି ପାଇଁ ଆବଣ୍ଟିତ ୯ କୋଟି ୮୪ ଲକ୍ଷ ଟଙ୍କା ପରେ ମଧ୍ୟ ଅର୍ଥ ଖର୍ଚ୍ଚ କରାଯିବ। ଆଗାମୀ ବିଧାନ ସଭା ନିର୍ବାଚନ ପାଇଁ ବିଭିନ୍ନ ଯୋଜନା ର ଲକ୍ଷ ପୂରଣ କରି ଜନ ସାଧାରଣ ଙ୍କ ଆସ୍ଥା ଭାଜନ ହେବା ପାଇଁ ବିଜେଡ଼ି ସଂଗଠନ କୁ ସୁଦୁଢ କରୁଛନ୍ତି ବୋଲି ସୁକିନ୍ଦା ର ଚର୍ଚ୍ଚା ପlଲିଟିଚି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking