29.1 C
Bhubaneswar
Tuesday, October 1, 2024
Homeମନୋରଞ୍ଜନଦୀପିକାଙ୍କ ପାଇଁ ଦିୱାନା ଟାଇଗର୍, କରଣ ଜୋହରଙ୍କ ଚାଟ୍ ଶୋ’ରେ ଖୁଲାସା କଲେ ଅଭିନେତା

ଦୀପିକାଙ୍କ ପାଇଁ ଦିୱାନା ଟାଇଗର୍, କରଣ ଜୋହରଙ୍କ ଚାଟ୍ ଶୋ’ରେ ଖୁଲାସା କଲେ ଅଭିନେତା

ମୁମ୍ବାଇ : କରଣ ଜୋହରଙ୍କ ଚାଟ୍ ଶୋ’ ‘କଫି ୱିଥ୍ କରଣ’ର ପରବର୍ତ୍ତୀ ଅତିଥି କ୍ରିତି ସାନନ୍ ଏବଂ ଟାଇଗର ଶ୍ରଫ୍ ହେବେ। କରଣ ତାଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟରୁ ପରବର୍ତ୍ତୀ ଏପିସୋଡର ପ୍ରୋମୋ ସେୟାର କରିଛନ୍ତି। ଏହି ଯୋଡି ପୂର୍ବରୁ ଫିଲ୍ମ ‘ହିରୋପନ୍ତି’ରେ ନଜର ଆସିଥିଲେ। ଫିଲ୍ମରେ ଏହି ଯୋଡିକୁ ଦର୍ଶକ ଖୁବ୍ ପ୍ରଶଂସା କରିଥିଲେ ଏବଂ ବର୍ତ୍ତମାନ କରଣଙ୍କ ଚାଟ୍ ଶୋ’ରେ ଉଭୟ ପରସ୍ପର ବିଷୟରେ ଅନେକ ଖୁଲାସା କରିବେ।

‘କଫି ୱିଥ୍ କରଣ’ର ଏହି ପ୍ରୋମୋରେ ଦେଖାଯାଇଛି, ଯେତେବେଳେ କରଣ, ଟାଇଗରଙ୍କୁ ରଣବୀର ସିଂହଙ୍କ କେଉଁ ଜିନିଷ ପସନ୍ଦ କରନ୍ତି ବୋଲି ପଚାରିଛନ୍ତି, ଟାଇଗର ତାଙ୍କ ପତ୍ନୀ ଅର୍ଥାତ୍ ଦୀପିକା ପାଦୁକୋନ ବୋଲି କହିଛନ୍ତି। ଟାଇଗର ଆହୁରି କହିଛନ୍ତି ଦୀପିକା ବହୁତ ଟ୍ୟାଲେଣ୍ଟେଡ୍। ଏହା ପରେ କରଣ କହିଛନ୍ତି ସତରେ, ତା’ପରେ ଟାଇଗର କହିଛନ୍ତି ସେ ବହୁତ ସୁନ୍ଦର। ପ୍ରୋମରୁ ଜଣାପଡୁଛି ଏଥର ମଧ୍ୟ ଶୋ ହିଟ୍ ହେବାକୁ ଯାଉଛି।

ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଟାଇଗର ଫିଲ୍ମ ‘ଗଣପଥ’ରେ ନଜର ଆସିବେ। ଏହା ଏକ ଆକ୍ସନ୍ ଥ୍ରୀଲର ଫିଲ୍ମ। ଯେଉଁଥିରେ ଟାଇଗରଙ୍କ ସହ କ୍ରିତି ସାନନ୍ ଏବଂ ଅମିତାଭ ବଚ୍ଚନ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଟାଇଗର ଏବଂ କ୍ରିତି ଦ୍ୱିତୀୟ ଥର ପାଇଁ ସିଲଭର ସ୍କ୍ରିନରେ ଯୋଡି ହେବାକୁ ଯାଉଛନ୍ତି। ଏହି ଫିଲ୍ମ ଚଳିତ ବର୍ଷ ଡିସେମ୍ବରରେ ରିଲିଜ୍ ହେବ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking