29.1 C
Bhubaneswar
Monday, September 30, 2024
Homeଦେଶ ବିଦେଶଜ୍ଞାନବ୍ୟାପୀ ପରି ମଥୁରା କୃଷ୍ଣ ଜନ୍ମଭୂମି କେସରେ ବି ହେବ ସର୍ଭେ, ଭିଡିଓଗ୍ରାଫିର ଆଦେଶ ଦେଲେ...

ଜ୍ଞାନବ୍ୟାପୀ ପରି ମଥୁରା କୃଷ୍ଣ ଜନ୍ମଭୂମି କେସରେ ବି ହେବ ସର୍ଭେ, ଭିଡିଓଗ୍ରାଫିର ଆଦେଶ ଦେଲେ ହାଇକୋର୍ଟ

ଲକ୍ଷ୍ନୌ: ବାରାଣସୀର ଜ୍ଞାନବ୍ୟାପୀ ମସଜିଦ ପରେ ଏବେ ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାରେ ଭିଡିଓଗ୍ରାଫି କରାଇବାକୁ ଆଦେଶ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ। ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟର ବିଚାରପତି ପୀୟୂଷ ଅଗ୍ରଓ୍ଵାଲଙ୍କ ଖଣ୍ଡପୀଠ ଚାରି ମାସରେ ଭିଡିଓଗ୍ରାଫି କରାଯାଇ ସର୍ଭେ ରିପୋର୍ଟ ହାଇକୋର୍ଟରେ ଦାଖଲ କରିବାକୁ ଆଦେଶ ଦେଇଛନ୍ତି। ଏଥିପାଇଁ ଜଣେ ବରିଷ୍ଠ ଆଇନଜୀବୀଙ୍କୁ କମିସନର ଏବଂ ଦୁଇ ଜଣ ଆଡଭୋକେଟଙ୍କୁ ସହାୟକ କମିସନର ଭାବେ ନିଯୁକ୍ତ କରାଯାଇଛି। ଏହି ସର୍ଭେରେ ଉଭୟ ପ୍ରତିପକ୍ଷଙ୍କ ସହିତ ସମ୍ବନ୍ଧିତ ଅଧିକାରୀ ମଧ୍ୟ ସାମିଲ୍ ହେବେ।

ଆବେଦନକାରୀ ମନୀଷ ଯାଦବ କହିଛନ୍ତି, ବିବାଦୀୟ ଢାଞ୍ଚାର ସର୍ଭେ ଯାଚିକା ଉପରେ ଶୁଣାଣି ମଥୁରା ଜିଲ୍ଲା ଅଦାଲତରେ ଏକ ବର୍ଷ ଧରି ବିଚାରଧୀନ ଥିଲା। ଆଜି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଚାରି ମାସ ଭିତରେ ମାମଲାର ଶୁଣାଣି ପୂରା ହେବ ଏବଂ ବିବାଦୀୟ ଢାଞ୍ଚାର ସର୍ଭେ କରାଯାଇ ହାଇକୋର୍ଟରେ ରିପୋର୍ଟ ଦାଖଲ କରାଯିବ। ଶୁଣାଣି ଯଥାଶୀଘ୍ର ସାରିବାକୁ ମନୀଷ ଯାଦବ ଆହ୍ଲାବାଦ ହାଇକୋର୍ଟରେ ଗତ ଦିନରେ ଆବେଦନ କରିଥିଲେ। ମନୀଷ ଯାଦବ ନିଜ ଆବେଦନ ଜରିଆରେ ଏହି ମାମଲାରେ କୋର୍ଟ ହସ୍ତକ୍ଷେପ କରନ୍ତୁ ବୋଲି ଅପିଲ୍ କରିଥିଲେ। ଆବେଦନ ଉପରେ ଶୁଣାଣି ବେଳେ ହାଇକୋର୍ଟ ନିମ୍ନ ଅଦାଲତଠୁ ରିପୋର୍ଟ ମାଗିଥିଲେ।

ଏବେ ମଥୁରା ଜିଲ୍ଲା ଅଦାଲତ ସ୍ଥିର କରିବେ ଯେ, ସେ ମନୀଷ ଯାଦବଙ୍କ ଆବେନ ଉପରେ କଣ ନିଷ୍ପତ୍ତି ନେବେ ? ଜିଲ୍ଲା ଅଦାଲତଙ୍କୁ ଚାରି ମାସରେ ନିଜର ନିଷ୍ପତ୍ତି ଶୁଣାଇବାର ଅଛି। ଯାଚିକାରେ ମୁଖ୍ୟତଃ ଦୁଇଟି ଦାବି କରାଯାଇଛି। ବିବାଦୀୟ ପରିସରର ବୈଜ୍ଞାନିକ ସର୍ବେକ୍ଷେଣ କରାଇବାକୁ ଆଦେଶ ଦିଆଯାଉ ଏବଂ ସର୍ବେକ୍ଷେଣର ନୀରିକ୍ଷଣ ପାଇଁ କୋର୍ଟ କମିସନର ମଧ୍ୟ ନିଯୁକ୍ତ କରାଯାଉ। ହାଇକୋର୍ଟରେ ଆବେଦନକାରୀ ମନୀଷ ଯାଦବଙ୍କ ତରଫରୁ ତାଙ୍କର ଓକିଲ ରାମାନନ୍ଦ ଗୁପ୍ତା କେସ୍ ଲଢୁଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking