29.1 C
Bhubaneswar
Monday, September 30, 2024
Homeଦେଶ ବିଦେଶକର୍ଣ୍ଣାଟକରେ ଦୁଷ୍କର୍ମ ଅଭିଯୁକ୍ତ ଲିଙ୍ଗାୟତ ସାଧୁଙ୍କୁ ଅଟକ ରଖିଲା ପୁଲିସ

କର୍ଣ୍ଣାଟକରେ ଦୁଷ୍କର୍ମ ଅଭିଯୁକ୍ତ ଲିଙ୍ଗାୟତ ସାଧୁଙ୍କୁ ଅଟକ ରଖିଲା ପୁଲିସ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ନାବାଳିକାମାନଙ୍କୁ ଯୌନଉତ୍ପୀଡ଼ନ ଦେଇଥିବା ଅଭିଯୋଗରେ ଆଜି ଲିଙ୍ଗାୟତ ମଠର ବିଶିଷ୍ଟ ସାଧୁ ଶିବମୂର୍ତ୍ତି ମୁରୁଗା ଶାରନାରୁଙ୍କୁ ପୁଲିସ ଅଟକ ରଖିଛି।

କର୍ଣ୍ଣାଟକର ଚିତ୍ରଦୁର୍ଗରେ ଥିବା ପ୍ରସିଦ୍ଧ ମୁରୁଗା ମଠରେ ମୁଖ୍ୟ ମହନ୍ତ ଏହି ସାଧୁଙ୍କ ନାମରେ ଉକ୍ତ ମଠଦ୍ବାରା ପରିଚାଳିତ ପ୍ରତିଷ୍ଠାନରେ ଛାତ୍ରୀଙ୍କୁ ଯୌନଉତ୍ପୀଡ଼ନ ଦେଇଥିବା ଅଭିଯୋଗ ହୋଇଥିଲା।

ଦୁଇଜଣ ନାବାଳିକାଙ୍କ ତରଫରୁ ଦାଏର ହୋଇଥିବା ଅଭିଯୋଗ ଆଧାରରେ ମହୀଶୂର ସହର ପୁଲିସ ଶିବମୂର୍ତ୍ତି ମୁରୁଗା ଶାରନାରୁଙ୍କ ନାମରେ ‘ଏଫ୍‌ଆଇଆର୍‌’ ପଞ୍ଜିକରଣ କରିଥିଲା। ସେତେବେଳେ ତାଙ୍କୁ ‘ପୋକ୍‌ସୋ’ ଆଇନ୍‌ରେ ବୁକ୍‌ କରାଯାଇଥିଲା।

ମଠଦ୍ବାରା ପରିଚାଳିତ ସ୍କୁଲ୍‌ରେ ପଢୁଥିବା ଅଭିଯୋଗକାରିଣୀ ଛାତ୍ରୀଦ୍ବୟ ‘ଓଦାନାଦି ସେବା ସଂସ୍ଥେ’ ନାମକ ‘ଏନ୍‌ଜିଓ’ରେ ପହଞ୍ଚି ସବୁ କଥା ଜଣାଇଥିଲେ। ଉକ୍ତ ‘ଏନ୍‌ଜିଓ’ ଜିଲ୍ଲା ଶିଶୁ ମଙ୍ଗଳ କମିଟିକୁ ଘଟଣା ସଂକ୍ରାନ୍ତରେ ଅବଗତ କରାଇବା ପରେ ସାଧୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା।

ଅଭିଯୋଗ ଅନୁସାରେ, ମୁରୁଗା ମଠଦ୍ବାରା ପରିଚାଳିତ ଛାତ୍ରାବାସରେ ରହୁଥିବା ୧୫ ଓ ୧୬ ବର୍ଷୀୟ ଉକ୍ତ ବାଳିକା ଦୁଇଜଣ ସାଢ଼େ ୩ ବର୍ଷରୁ ଅଧିକ କାଳ ହେବ ଯୌନଉତ୍ପୀଡ଼ନର ଶିକାର ହୋଇଆସୁଥିଲେ।

‘ଏନ୍‌ଜିଓ’ ‘ଓଦାନାଦି ସେବା ସମିତି’ର ମୁଖ୍ୟ ଷ୍ଟେନ୍‌ଲି କହନ୍ତି, ସମସ୍ୟା ଏଇ ଦୁଇଜଣ ବାଳିକାଙ୍କର ନୁହେଁ। ଉକ୍ତ ପ୍ରତିଷ୍ଠାନରେ ପଢୁଥିବା ଆଉ କେତେଜଣ ବାଲିକାଙ୍କୁ ମଧ୍ୟ ସାଧୁ ହଇରାଣ କରୁଛନ୍ତି। ଅନେକ ବର୍ଷ ହେଲାଣି ଏଭଳି ଅପକର୍ମ ଚାଲିଛି। କିନ୍ତୁ, ଭୟରେ ପିଲାମାନେ କିଛି କହୁ ନ ଥିବା ଆମେ ଜାଣିପାରିଛୁ। ଆମେ କୌଣସି ଚାପ ଅଥବା ଧମକ ଭୟରେ ଦୁର୍ବଳ ହୋଇପଡ଼ିବୁ ନାହିଁ। ପିଲାମାନଙ୍କର ଅଧିକାର ସୁରକ୍ଷିତ ରଖିବା ସମାଜର କର୍ତ୍ତବ୍ୟ। ଆମେ ଏଥିପ୍ରତି ପ୍ରତିବଦ୍ଧ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking