31.1 C
Bhubaneswar
Monday, September 30, 2024
Homeଦେଶ ବିଦେଶଜାତୀୟ କ୍ରୀଡା ଦିବସରେ ମୋଦିଙ୍କ ଫିଟନେସ ମନ୍ତ୍ର, ବଡି ଫିଟ୍‌ ଅଛି ତ ମାଇଣ୍ଡ ହିଟ୍‌...

ଜାତୀୟ କ୍ରୀଡା ଦିବସରେ ମୋଦିଙ୍କ ଫିଟନେସ ମନ୍ତ୍ର, ବଡି ଫିଟ୍‌ ଅଛି ତ ମାଇଣ୍ଡ ହିଟ୍‌ ରହିବ

ନୂଆଦିଲ୍ଲୀ: ଆଜି ‘ଜାତୀୟ କ୍ରୀଡା ଦିବସ’ । କ୍ରୀଡା ଦିବସରେ ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କୁ ମନେପକାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ୧୧୭ ତମ ଜନ୍ମବାର୍ଷିକ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଏନେଇ ଟ୍ବିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ”ଜାତୀୟ କ୍ରୀଡା ଦିବସର ଶୁଭେଚ୍ଛା ଏବଂ ମେଜର ଧ୍ୟାନଚାନ୍ଦଙ୍କ ଜୀଙ୍କୁ ଜନ୍ମବାର୍ଷିକୀର ଶ୍ରଦ୍ଧାଞ୍ଜଳି । ଚଳିତ ବର୍ଷ କ୍ରୀଡା ପାଇଁ ବହୁତ ଭଲ ଦିନ ରହିଛି । ଏହି ଧାରା ଆଗକୁ ଜାରି ରହୁ । କ୍ରୀଡା ସମଗ୍ର ଭାରତରେ ଏମିତି ଲୋକପ୍ରିୟତା ହାସଲ କରୁ” । ଏଥି ସହ ଭାରତୀୟ ଖେଳାଳିଙ୍କ ଏକ ଭିଡିଓ ମଧ୍ୟ ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ, ଯେଉଁଥିରେ ବିଶ୍ବସ୍ତରରେ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ କରିଥିବା ଖେଳାଳୀଙ୍କ କିଛି ଝଲକ ରହିଛି ।ଜାରି ଭିଡିଓରେ ପ୍ରଧାନମନ୍ତ୍ରୀ ମେଜର ଧ୍ୟାନଚାନ୍ଦ ଓ ଭାରତୀୟ ଖେଳାଳୀଙ୍କ ପ୍ରଶଂସା କରିଛନ୍ତି । ଯେଉଁମାନଙ୍କର କ୍ରୀଡା ପ୍ରତି ଅତୁଳନୀୟ ଅବଦାନ ରହିଛି । ଏଥିରେ ଆହୁରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ”ଜାତୀୟ କ୍ରୀଡା ଦିବସର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । ଆଜିର ଦିନରେ ଆମକୁ ମେଜର ଧ୍ୟାନଚାନ୍ଦଙ୍କ ରୂପରେ ଜଣେ ମହାନ କ୍ରୀଡାବିତ ଭାରତକୁ ପ୍ରାପ୍ତି ହୋଇଥିଲେ ।

ନିଜର ଫିଟନେସ, ଷ୍ଟାମିନା ଓ ହକି ଷ୍ଟିକରେ ସେ ଦୁନିଆକୁ ମନ୍ତ୍ରମୁଗ୍ଧ କରିଦେଇଥିଲେ । ଆଉ ଆଜିର ଦିନ ଆମର ସେହି ଯୁବ କ୍ରୀଡାବିତଙ୍କୁ ଶୁଭେଚ୍ଛା ଜଣାଇବାର ସମୟ । ଯେଉଁମାନେ ନିରନ୍ତର ଭାବେ ଦୁନିଆର ମଞ୍ଚରେ ତ୍ରିରଙ୍ଗାର ମାନକୁ ବଢାଇଛନ୍ତି । ବ୍ୟାଡମିଣ୍ଟନ, ଟେନିସ, ବକ୍ସିଂ, ଆଥଲେଟିକ୍ସ ଓ କୁସ୍ତି କ୍ଷେତ୍ରରେ ଆମ ଖେଳାଳି ନୂଆ ଆଶା ଓ ଆକାଂକ୍ଷା ଦେଇଛନ୍ତି । ଗୋଲ୍ଡ ଓ ସିଲଭର ଦେଶର ଆତ୍ମବିଶ୍ବାସକୁ ଚମକାଉଛି ଓ ଚମତ୍କାରର ଅନୁଭବ ମଧ୍ୟ କରାଉଛି । ଏହା ତ ଆରମ୍ଭ ମାତ୍ର, ନା ହିନ୍ଦୁସ୍ଥାନ ରୋକନେ ବାଲା ହେ ନା ଥକ ନେ ବାଲା ହେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ” ।

ସେହି ପରି ଫିଟନେସକୁ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ”ଫିଟନେସ ଏକ ଶବ୍ଦ ନୁହଁ ବରଂ ସ୍ବାସ୍ଥ୍ୟ ଓ ସମୃଦ୍ଧ ଜୀବନର ଏକ ଜରୁରୀ ସର୍ତ୍ତ । ଆମ ସଂସ୍କୃତିରେ ଫିଟନେସକୁ ବହୁତ ଗୁରୁତ୍ବ ଦିଆଯାଉଛି । ବଡି ଫିଟ୍‌ ଅଛି ତ ମାଇଣ୍ଡ ହିଟ୍‌ ରହିବ । ମୁଁ ମୋ ନିଜ ଅନୁଭୂତି ଅନୁସାରେ କହିପାରିବି ଯେ ଏଥିରେ ବିନିଯୋଗ ଜିରୋ କିନ୍ତୁ ଫଳ ଅସୀମିତ । ସୁସ୍ଥ ବ୍ୟକ୍ତି, ସୁସ୍ଥ ପରିବାର ଓ ସୁସ୍ଥ ସମାଜ ନୂଆ ଭାରତକୁ ଶ୍ରେଷ୍ଠ ଭାରତ ତିଆରି କରିବାର ରାସ୍ତା” ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking