20.1 C
Bhubaneswar
Monday, November 18, 2024
Homeଦେଶ ବିଦେଶମାଟିରେ ମିଶିଲା ନୋଏଡାର ଟ୍ୱିନ୍ ଟାୱାର, ମାତ୍ର ୯ ସେକେଣ୍ଡରେ ଧୂଳିସାତ୍‌ ହେଲା ବିରାଟକାୟ ଅଟ୍ଟାଳିକା

ମାଟିରେ ମିଶିଲା ନୋଏଡାର ଟ୍ୱିନ୍ ଟାୱାର, ମାତ୍ର ୯ ସେକେଣ୍ଡରେ ଧୂଳିସାତ୍‌ ହେଲା ବିରାଟକାୟ ଅଟ୍ଟାଳିକା

ନୂଆଦିଲ୍ଲୀ : ନୋଏଡାରେ ବହୁ ଚର୍ଚ୍ଚିତ ଟ୍ୱିନ୍ ଟାୱାର ଶେଷରେ ମାଟିରେ ମିଶିଛି । ରବିବାର ଅପରାହ୍ନରେ ସମସ୍ତ ସତକର୍ତାକୂଳକ ପଦକ୍ଷେପ ସହିତ ୪୦ ମହଲା ବିଶିଷ୍ଟ ଦୁଇଟି ଅଟ୍ଟଳିକାକୁ ଧ୍ୱଂସ କରିଦିଆଯାଇଛି । ପ୍ରାୟ ୩୭୦୦ କିଲୋ ବିସ୍ଫୋରକ ବ୍ୟହାର କରାଯାଇ ବିଦେଶୀ କମ୍ପାନୀ ବିଶେଷଜ୍ଞଙ୍କ ଉପସ୍ଥିତିରେ ଏହାକୁ ଭାଙ୍ଗିଦିଆଯାଇଛି । ୧୨ ସେକେଣ୍ଡ ମଧ୍ୟରେ ଏହାକୁ ମାଟିରେ ମିଶାଇବା ପାଇଁ ବିଶେଷଜ୍ଞମାନେ ଆକଳନ କରିଥିଲେ ମାତ୍ର ୯ ସେକେଣ୍ଡ ମଧ୍ୟରେ ୯୧୫ ପ୍ରକୋଷ୍ଠ ବିଶିଷ୍ଟ ଏହି ସୁଉଚ୍ଚ ଦ୍ୱିତ ଅଟ୍ଟଳିକା ମାଟିରେ ମିଶିଯାଇଛି । ଫଳରେ ଏହି ଦୁଇଟି ଟାୱାରକୁ ନେଇ ଦୀର୍ଘ ୯ବର୍ଷ ଧରି ଚାଲିଥିଲା ବିବାଦର ଅବସାନ ଘଟିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ଦୈତ ଅଟ୍ଟାଳିକାକୁ ଉଚ୍ଛେଦ କରିବା ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା ।

ଏହାକୁ ଭାଙ୍ଗିବା ପାଇଁ ମୁମ୍ବାଇର ଏଡିଫିଇସ୍ କମ୍ପାନୀ ଦାୟିତ୍ୱ ନେଇଥିଲା । ଦକ୍ଷିଣ ଆଫ୍ରିକୀୟ କମ୍ପାନୀ ଜେଟ୍ ଡିମୋଲିସନ୍ ସହାୟତାରେ ଏଡିଫାଇସ୍ କମ୍ପାନୀ ଏହାକୁ ଭାଙ୍ଗି ଦେଇଛି । ଏଭଳି ଘଟଣା ଭାରତ ଇତିହାସରେ ପ୍ରଥମ ବୋଲି କୁହାଯାଇଥିଲା ବେଳେ ବେଆଇନ୍ ଭାବେ ଆପାର୍ଟମେଣ୍ଟ ନିର୍ମାଣ କରୁଥିବା ରିଅଲ ଇଷ୍ଟେଟ କମ୍ପାନୀମାନଙ୍କ ପାଇଁ ଏହା ଏକ ଶିକ୍ଷା ବୋଲି ସାଧାରଣରେ ମତାମତ ପ୍ରକାଶ ପାଇଛି । ଏହାର ନିର୍ମାଣ କାର୍ଯ୍ୟ ୨୦୦୫-୦୬ରେ ଆରମ୍ଭ କରାଯାଇଥିଲା । ପ୍ରାଥମିକ ସ୍ତରରେ କମ୍ପାନୀ ୧୪ ମହଲା ବିଶିଷ୍ଟ ଦୁଇଟି ଟାୱାର ନିର୍ମାଣ କରିବାକୁ ନୋଏଡା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମୋଦନ ଲାଭ କରିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ କମ୍ପାନୀ ନିଜର ମନମାନୀ ଆରମ୍ଭ କରିଥିଲା । ପରେ ପରେ ୧୫ ମହଲା ଏହି ନିର୍ମାଣ କାର୍ଯ୍ୟ ଶେଷ ହେଲା ବେଳକୁ ଏହି ଦୁଇଟି ଅଟ୍ଟାଳିକାର ଉଚ୍ଚତା ୪୦ ମହଲାରେ ପହଞ୍ଚିଥିଲା ।

ଏହି ଦୁଇଟି ୱାରକୁ ଭାଙ୍ଗିଦିଆଯାଇଥିଲେ ମଧ୍ୟ ଏହାର ନିକଟସ୍ଥ କୌଣସି ଅଟ୍ଟଳିକା କିମ୍ବା ଆପର୍ଟମଣ୍ଟେର କିଛି କ୍ଷତି ହୋଇ ନାହିଁ । ଏହି ଦୁଇଟି ଟୱାର ଭାଙ୍ଗିଦିଆଯିବା ଦ୍ୱାରା ଏହାର ନିର୍ମାଣକାରୀ କମ୍ପାନୀ ସୁପରଟେକକୁ ୫୦୦କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏହି ପ୍ରକଳ୍ପ ଆରମ୍ଭ ହେବା ପୂର୍ବରୁ କମ୍ପାନୀ ଜମି କିଣା ପାଇଁ ୨୫ କୋଟି ବ୍ୟୟ କରିଥିଲା ବେଳେ ଆଉ ୨୫ କୋଟି ନକ୍ସା ଏବଂ ପ୍ରକଳ୍ପ ଅନୁମୋଦନ ବାବଦରେ ଖର୍ଚ୍ଚ କରିଥିଲା । ଟ୍ୱିନ୍ ଟାୱାର ଭଙ୍ଗାଯିବା ପରେ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଥିଲା ବେଳେ ଏହି ଘଟଣା ଅନ୍ୟ ରିଅଲ ଇଷ୍ଟେଟ୍ କମ୍ପାନୀମାନଙ୍କ ପାଇଁ ଏକ ଶିକ୍ଷା ହୋଇ ରହିବ ବୋଲି ଅଧିକାଂଶ ମହଲରେ ମତାମତ ପ୍ରକାଶ ପାଇଛି । ବିଶେଷ କରି ଭାରତରେ ଏକ ପ୍ରମୁଖ ଏବଂ ପ୍ରତିଷ୍ଠିତ କମ୍ପାନୀ ଭାବେ ସୁପରଟେକ୍ ସବୁ ଉଦ୍ୟମ ସତ୍ତ୍ୱେ ଆଇନ୍ ପରିଧି ଭିତରୁ ବାହାରି ପାରି ନାହିଁ ବୋଲି କୁହାଯାଉଛି ।

୪୦ ମହଲା ବିଶିଷ୍ଟ ଦୁଇଟି ଅଟ୍‌ଟଳିକାୁ ଭାଙ୍ଗି ଦିଆଯିବାରୁ ନିଷ୍ପତ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିୀଥିଲା । ତେଣୁ ବେଆଇନ୍ ଭାବେ ନିର୍ମାଣ କରୁଥିବା ବିଲ୍ଡର ଏଣିକି ସଚେତନ ରହିବେ ବୋଲି କୁହାଯାଉଛି । ଏହି ଅଟ୍ଟଳିକା ଭଙ୍ଗାଯିବା ବେଳେ ଏଥିରୁ ପ୍ରବଳ ଧୂଳି ଓ ଧୂଆଁ ନିର୍ଗତ ହୋଇଛି । ଯାହାକି ୪ଦିନ ପର୍ଯ୍ୟନ୍ତ ବାୟୁମଣ୍ଡଳରେ ଭାସିବୁଲିବ ବୋଲି ଦୀଲ୍ଲି ୟୁନଭରସିଟି ପ୍ରଫେସର କହିଛନ୍ତି । ଲୋକଙ୍କ ପାଇଁ କିଛି ଦିନ ଲାଗି ମାସ୍କ ବ୍ୟବହାର ଅନିବାର୍ଯ୍ୟ ହୋଇପଡ଼ିବ ବୋଲି ପ୍ରଫେସର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking