କାବୁଲ : ଆଫ୍ଗାନିସ୍ତାନର କୌଣସି ଛାତ୍ରୀ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରିବେ ନାହିଁ ବୋଲି କ୍ଷମତାସୀନ ତାଲିବାନ ପକ୍ଷରୁ କଟକଣା ଜାରି କରାଯାଇଛି । ସୂଚନାଯୋଗ୍ୟ ଆଫ୍ଗାନିସ୍ତାନର କେତେକ ଛାତ୍ର ଓ ଛାତ୍ରୀ ଉଚ୍ଚଶିକ୍ଷା ପ୍ରାପ୍ତ କରିବାକୁ କାଜାଖ୍ସ୍ତାନ ଓ କାତାର ଯିବାକୁ ଆବେଦନ କରିଥିଲେ । ତେବେ ଛାତ୍ରଙ୍କୁ ଅନୁମତି ମିଳିଥିବାବେଳେ ଛାତ୍ରୀଙ୍କୁ ଏହି ସୁଯୋଗରୁ ବଞ୍ଚିତ ହେବାକୁ ପଡିଛି ।
୨୦୨୧ ଅଗଷ୍ଟରେ କ୍ଷମତା ଅକ୍ତିଆର କରିବାପରଠାରୁ ଆଫ୍ଗାନିସ୍ତାନରେ ମହିଳାଙ୍କ ଶିକ୍ଷା ଓ ଚାକିରୀକୁ ନେଇ ତାଲିବାନ ପକ୍ଷରୁ ଏକାଧିକ କଟକଣା ଲାଗୁ କରାଯାଇସାରିଛି । ଏପରିକି ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ଗତିବିଧିକୁ ମଧ୍ୟ ନିୟନ୍ତ୍ରଣ କରାଯାଇଛି । ଏହାକୁ ବିରୋଧ କରୁଥିବା ସଂଗଠନ ଏବଂ କର୍ମକର୍ତ୍ତାମାନେ ତାଲିବାନ ଆକ୍ରୋଶର ଶିକାର ପାଲଟୁଛନ୍ତି ।