ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଗର୍ଜିଲା ବନ୍ଧୁକ । ଦକ୍ଷିଣ ଦିଲ୍ଲୀ ନେବ ସରାୟ ଅଞ୍ଚଳରେ ଦୁର୍ବୃତ୍ତର ଫାୟାରିଂରେ ଜଣେ ଲୋକଙ୍କର ମୃତ୍ୟୁ ହେବା ସହ କିଛି ଲୋକ ଆହାତ ହୋଇଛନ୍ତି । ଏନେଇ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଦେବଲି ସ୍ଥିତ ବ୍ୟାଙ୍କ କଲୋନୀରେ ରହୁଥିଲା କପିଲ ପମ୍ବାରଙ୍କ ଏହି ଗୁଳି କାଣ୍ଡରେ ମୃତ୍ୟୁ ହୋଇଛି । ମୃତକଙ୍କ ଶରୀରରେ ଅନେକ ସ୍ଥାନରେ ଗୁଳି ଲାଗିଥିବା ଦେଖିବାକୁ ମିଳିଥିଲା । ପୁଲିସ କହିଛି ଯେ ମୃତକଙ୍କ ଶରୀରରେ ୮ ଟି ଗୁଳି ଲାଗିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଗୁଳି କାଣ୍ଡର ସ୍ପଷ୍ଟ କାରଣ ଜଣା ପଡ଼ିନାହିଁ ।