29.1 C
Bhubaneswar
Saturday, October 5, 2024
Homeଓଡିଶାଯାଜପୁରକଳିଙ୍ଗନଗର ଭିସା କାରଖାନାରେ ଘଟିଥିବା ମୃତ୍ୟୁ ଜନିତ ଦୁର୍ଘଟଣାର ହେଲା ସମାଧାନ

କଳିଙ୍ଗନଗର ଭିସା କାରଖାନାରେ ଘଟିଥିବା ମୃତ୍ୟୁ ଜନିତ ଦୁର୍ଘଟଣାର ହେଲା ସମାଧାନ

ଯାଜପୁର : ଯାଜପୁର ଜିଲ୍ଲାର କଳିଙ୍ଗନଗରର ଯଖପୁରା ଥାନା ଅନ୍ତର୍ଗତ ଭିସା କାରଖାନା ଠାରେ ଠିକାଦାରଙ୍କ ପାଖରେ କାର‌୍ୟ୍ୟ କରୁଥିଲେ ଜିତେନ୍ଦ୍ର କର କ୍ଷ ଗତ ସମୋବାର ଦିନ ରାତି ଡ୍ୟୁଟି କରି ଗତକାଲି ସକାଳେ ଡ୍ୟୁଟି ସାରି ଘରକୁ ଫେରି ଥାନ୍ତେ ଜିତେନ୍ଦ୍ର। ହଠାତ୍ ଗତକାଲି କାର‌୍ୟ୍ୟ କରୁଥିବା ବେଳେ ମେସିନରେ ଚାପି ହୋଇ ଜିତେନ୍ଦ୍ର କରଙ୍କ ମୃତ ହୋଇଥିଲା। ଏହି ମୃତ୍ୟୁ ଘଟଣାକୁ ନେଇ ମୃତକଙ୍କ ପରିବାର ପକ୍ଷରୁ କ୍ଷତି ପୁରଣ ଦାବିକୁ ନେଇ ଭିସା କାରଖାନାର ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ଓ ଗଣଧାରଣା ଦେଇଥିଲେ। ଏବଂ ୨୪ ଘଣ୍ଟା ଅତିବାହିତ ହୋଇଗଲା ପରେ ଭିସା କାରଖାନା କତ୍ତୃପକ୍ଷ ଓ ଦାନଗଦି ତହସିଲଦାର ନମ୍ରତା ମୋଦୀ କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଓ ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସଭାପତିଙ୍କ ଉଦ୍ୟମରେ ମୃତକଙ୍କ ପରିବାର ଓ ତାଙ୍କ ସରପଞ୍ଚଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଭିଶା କାରଖାନା ଭିତରେ କ୍ଷ ସେହି ବୈଠକରେ କ୍ଷତିପୁରଣ ବାବାଦକୁ ମୃତକଙ୍କ ପରିବାରକୁ ୧୫ ଲକ୍ଷ ୫୦ ହଜାର ଓ ମାସିକ ପେନସନ ୧୨ ହଜାର ଦେବେ ବୋଲି କାରଖାନା କତୃପକ୍ଷ ରାଜି ହୋଇ ସମାଧାନ ହେଲା କ୍ଷ ଦାନଗଦି ତହସିଲଦାର ନମ୍ରତା ମୋଦିଙ୍କ ଉପସ୍ଥିତରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking