30.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶଜେଲରୁ ୪ ଘଣ୍ଟା ପାଇଁ ପାରୋଲରେ ଆସି ପୀଡ଼ିତାଙ୍କୁ ବାହା ହେଲେ ଅଭିଯୁକ୍ତ

ଜେଲରୁ ୪ ଘଣ୍ଟା ପାଇଁ ପାରୋଲରେ ଆସି ପୀଡ଼ିତାଙ୍କୁ ବାହା ହେଲେ ଅଭିଯୁକ୍ତ

ବରେଲି: ଭାବିପତ୍ନୀଙ୍କ ସହିତ ଦୁଷ୍କର୍ମ କରିଥିବା ଜଣେ ୨୬ ବର୍ଷିୟ ଅଭିଯୁକ୍ତ ମଙ୍ଗଳବାର ଦିନ ସ୍ଥାନୀୟ ଅଦାଲତଙ୍କ ମଞ୍ଜୁରିକ୍ରମେ ୪ ଘଣ୍ଟା ପାଇଁ ପାରୋଲରେ ଆସି ପୀଡ଼ିତାଙ୍କୁ ବିବାହ କରିଛନ୍ତି।ଶାହାଜାହାନପୁର ଜିଲ୍ଲାର ବାସିନ୍ଦା ଅଭିଯୁକ୍ତଙ୍କ ନାମରେ ତାଙ୍କ ପିଲିଭିତବାସିନୀ ୨୩ ବର୍ଷୀୟ ଭାବିପତ୍ନୀ ମାମଲା ରୁଜୁ କରିଥିଲେ। ଯୌତୁକ କଥାରେ ଦୁଇ ପରିବାର ମଧ୍ୟରେ ବିବାଦ ହେବାରୁ ବାହାଘର ପ୍ରସ୍ତାବ ଭାଙ୍ଗିଯିବା ପରେ ଭାବିପତ୍ନୀ ଦୁଷ୍କର୍ମ ଅଭିଯୋଗ କରିଥିଲେ।ଏପ୍ରିଲ୍ ମାସରେ ଅଭିଯୁକ୍ତଙ୍କୁ ଜେଲକୁ ପଠାଇ ଦିଆଯାଇଥିଲା। କିନ୍ତୁ, ନିକଟ ଅତୀତରେ ଦୁଇ ପରିବାର ବୁଝାମଣା କରିବା ପରେ ମାମଲା ବନ୍ଦ କରିବା ପାଇଁ ଅଦାଲତଙ୍କୁ ଜଣାଇଥିଲେ।ଏହାପରେ ଅଦାଲତ ଅଭିଯୁକ୍ତଙ୍କୁ ପାରୋଲ୍ ମଞ୍ଜୁର କରିଥିଲା। ପୁଲିସ କର୍ମଚାରୀ ଓ ଆତ୍ମୀୟସ୍ବଜନଙ୍କ ଉପସ୍ଥିତିରେ ପିଲିଭିତର ମନ୍ଦିରରେ ସେମାନଙ୍କର ବିଭାଘର ହୋଇଥିଲା। ଏଥର ମାମଲା ପ୍ରତ୍ୟାହାର କରାଯାଇ ଅଭିଯୁକ୍ତଙ୍କୁ ମୁକ୍ତ କରାଯିବ କି, ନାହିଁ ତାହା ବିଚାରପତିଙ୍କ ଶୁଣାଣି ଉପରେ ନିର୍ଭର କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking