ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ବୁଧବାର କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ନୋଟିସ ଜାରି କରାଯାଇଛି । ଇତିପୂର୍ବରୁ ଗୋଆରେ ସ୍ମୃତି ଓ ତାଙ୍କ କନ୍ୟାଙ୍କ ମାଲିକାନା ସ୍ୱତ୍ୱରେ ଏକ ବାର୍ ଓ ରେସ୍ତୋରାଁ ଚାଲିଛି ବୋଲି କେତେକ କଂଗ୍ରେସ ନେତା ଅଭିଯୋଗ କରିବା ସହ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ।
ସ୍ମୃତି ସେତେବେଳେ ଏହାର ସ୍ପଷ୍ଟୀକରଣ ଦେଇଥିଲେ । ତେବେ ଦୁଇପକ୍ଷଙ୍କ ବୟାନବାଜିକୁ ନେଇ ଟ୍ୱିଟରରେ ଜୋରଦାର ଟଣାଓଟରା ଚାଲିଥିଲା । ଏହି ପରିପ୍ରେକ୍ଷୀରେ ୨୪ ଘଣ୍ଟା ମଧ୍ୟରେ ଉଭୟପକ୍ଷଙ୍କ ମନ୍ତବ୍ୟ ଓ ଟ୍ୟାଗ୍ଲାଇନଗୁ ଡିଲିଟ୍ କରିବାକୁ ଜୁଲାଇ ୨୯ରେ ହାଇକୋର୍ଟ ଟ୍ୱିଟର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏଥିରେ ଖିଲାପ ଘଟିଥିବାବେଳେ ଟ୍ୱିଟର ପକ୍ଷରୁ ସ୍ମୃତିଙ୍କ ମତାମତ ଲୋଡାଯାଇଥିଲା ।