19.1 C
Bhubaneswar
Monday, November 25, 2024
Homeଅପରାଧପରକୀୟା ପ୍ରୀତି ସାଜିଲା କାଳ! ସ୍ୱାମୀକୁ ମାରି ଖଣ୍ଡ ଖଣ୍ଡ କରିଦେଲା ସ୍ତ୍ରୀ

ପରକୀୟା ପ୍ରୀତି ସାଜିଲା କାଳ! ସ୍ୱାମୀକୁ ମାରି ଖଣ୍ଡ ଖଣ୍ଡ କରିଦେଲା ସ୍ତ୍ରୀ

ନୂଆଦିଲ୍ଲୀ: ସ୍ୱାମୀ-ସ୍ତ୍ରୀ ଝଗଡ଼ା ହେବା ଓ ଅଲଗା ହୋଇଯିବା ଘଟଣା ତ ସମଗ୍ର ବିଶ୍ୱରେ ଦେଖିବାକୁ ମିଳିଛି । ଅନେକ ମାମଲାରେ ସ୍ୱାମୀ-ସ୍ତ୍ରୀ ଦୁହିଁଙ୍କ ଜୀବନ ନେବାକୁ ମଧ୍ୟ ପଛାନ୍ତି ନାହିଁ । ଏହାରି ମଧ୍ୟରେ ଇରାନରୁ ଏକ ଭୟଙ୍କର ମାମଲା ସାମ୍ନାକୁ ଆସିଛି । ସେଠାରେ ଜଣେ ପତ୍ନୀ ନିଜ ସ୍ୱାମୀ ପ୍ରଥମେ ହତ୍ୟା କରିବା ପରେ ଶରୀରକୁ ଖଣ୍ଡ ଖଣ୍ଡ କରି କାଟିଦେଇଥିଲା ଓ ଶରୀରର ମାଂସକୁ ବିରିୟାନୀରେ ପକାଇ ଖାଇଗଲା । ତେବେ ଏଭଳି ଏକ ସାଙ୍ଘାତିକ ମାମଲା ଇରାନର ରାଜଧାନୀ ତେହରାନର ବୋଲି ଜଣାପଡିଛି । ରିପୋର୍ଟ ଅନୁସାରେ, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଅନେକ ଦିନରୁ ଝଗଡ଼ା ଲାଗି ରହୁଥିଲା । ଝଗଡ଼ାରେ ଦୁହେଁ ଦୁହିଁଙ୍କୁ ପ୍ରଚୁର ମାଡ଼ ମଧ୍ୟ ମାରୁଥିଲେ । ଦୁହିଁଙ୍କ ବିବାହ ଅନେକ ବର୍ଷରୁ ହୋଇଥିବା ବେଳେ ସେମାନଙ୍କ ୫ ବର୍ଷର ଏକ ଝିଅ ମଧ୍ୟ ଅଛି । ସ୍ୱାମୀ ଜଣକ ଅନ୍ୟ କୌଣସି ମହିଳାଙ୍କ ସହ ସମ୍ପର୍କ ରଖିଥିଲେ ।

ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରତିଦିନ ଝଗଡ଼ା ହେଉଥିଲା । ଅନ୍ୟପଟେ ସ୍ୱାମୀ ପ୍ରତିଦିନ ନିଜ ସ୍ତ୍ରୀ ଓ ଝିଅଙ୍କୁ ମାରପିଟ କରୁଥିଲା । ଦିନ ଅଚାନକ୍ ସେ ଏକ ଛୁରୀ ନେଇ ଆସିଥିଲା ଓ ଦୁହିଁଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା । ଝଗଡ଼ା ମଧ୍ୟରେ ପତ୍ନୀ ନିଜ ସ୍ୱାମୀଙ୍କ ଠାରୁ ଛୁରୀ ଛଡ଼ାଇ ନେଇଥିଲେ । ଏହା ପରେ ଯାହା ହେଲା, ତାର କେହି କଳ୍ପନା ମଧ୍ୟ କରିନଥିଲେ । ପତ୍ନୀ ରାଗରେ ଆସି ନିଜ ସ୍ୱାମୀକୁ ଖଣ୍ଡ ଖଣ୍ଡ କରି କାଟିଦେଥିଲା । କେବଳ ଏତିକି ନୁହେଁ, ଖଣ୍ଡ ମାଂସକୁ ବିରିୟାନୀରେ ପକାଇ ଖାଇଥିଲା । ପୋଲିସ ଯାଞ୍ଚ ପାଇଁ ପହଞ୍ଚିଲା ବେଳକୁ ଘରେ ଅଧାରୁ ଅଧା ଶବ ମିଳିଥିଲା। ପଚରାଉଚରା ବେଳେ ମହିଳା ଜଣକ ପୋଲିସକୁ ସବୁକଥା ଗୋଟି ଗୋଟି କରି କହିଥିଲେ । ଅବଶ୍ୟ ସବୁ ଶୁଣିବା ପରେ ପୋଲିସ ମହିଳାଙ୍କୁ ଗିରଫ କରିବା ସହ ଘଟଣାର ତଦନ୍ତ କରୁଛି । ପୋଲିସ ନିଜ ବୟାନରେ କହିଛନ୍ତି, ମହିଳା ଜଣକ ନିଜ ସ୍ୱାମୀକୁ ଖଣ୍ଡ ଖଣ୍ଡ କରିବା ସହ ତାକୁ ରୋଷେଇ କରି ଖାଇଥିଲେ । ଘରୁ ଦୁର୍ଗନ୍ଧ ବାହାରିବା ପରେ ପଡୋଶୀମାନେ ଘଟଣାକୁ ନେଇ ପୋଲିସକୁ ଖବର ଦେଇଥିଲେ । ଏବେ ମହିଳା ଜଣକ ପୋଲିସ ହେପାଜତରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking