27.1 C
Bhubaneswar
Sunday, November 24, 2024
Homeଓଡିଶାଇଂଜିନିୟର ଶ୍ୱେତା ଆତ୍ମହତ୍ୟା ମାମଲା : ସିଡିଆର ରେକର୍ଡ ପୁଲିସର ହସ୍ତଗତ

ଇଂଜିନିୟର ଶ୍ୱେତା ଆତ୍ମହତ୍ୟା ମାମଲା : ସିଡିଆର ରେକର୍ଡ ପୁଲିସର ହସ୍ତଗତ

କଭୁବନେଶ୍ୱର: ସଫ୍ଟୱେୟାର ଇଂଜିନିୟର ଶ୍ୱେତା ଉତ୍କଳ କୁମାରୀ ଆମହତ୍ୟା ମାମଲାରେ ପରିବାର ଲୋକଙ୍କ ଅଭିଯୋଗ ପରେ ପୁଲିସ ତଦନ୍ତ ତ୍ୱରାନିତ ହୋଇଛି । ମଙ୍ଗଳବାର ପୁଲିସକୁ ଶ୍ୱେତାଙ୍କ ମୋବାଇଲ୍ ନମ୍ବରର ସିଡିଆର ରିପୋର୍ଟ ହସ୍ତଗତ ହୋଇଛି । ଆତ୍ମହତ୍ୟା ଦିନ ଶ୍ୱେତା ସୌମ୍ୟଙ୍କ ସହିତ କଥା ହେବାକୁ ବହୁତ ଚେଷ୍ଟା କରିଥିଲେ । ହେଲେ ତାହା ସମ୍ଭବ ହୋଇନଥିଲା । ସୌମ୍ୟଜିତ୍‌ଙ୍କ ସହ କଥା ହୋଇ ଯାଇଥିଲେ ହୁଏତ ଶ୍ୱେତା ଆତ୍ମହତ୍ୟା କରି ନଥାନ୍ତେ । ଏପରିକି ଆତ୍ମହତ୍ୟାର ଚରମ ନିଷ୍ପତି ନେବାର ୩୦ ମିନଟ୍ ପୂର୍ବରୁ ଶ୍ୱେତା ସୌମ୍ୟଙ୍କୁ ୧୫ଥର କଲ୍ କରିଥିଲେ । କିନ୍ତୁ ସୌମ୍ୟ ତାଙ୍କର କୌଣସି କଲ ରିସିଭ୍ କରିନଥିଲେ କି କଲବ୍ୟାକ୍ କରିନଥିଲେ । ସିଡିଆର ରିପୋର୍ଟ ଅନୁସାରେ ମୃତ୍ୟୁର ଅଧଘଣ୍ଟା ପୂର୍ବରୁ ଶ୍ୱେତା ସୌମ୍ୟଙ୍କୁ ୧୫ ଥର କଲ କରିଥିଲେ ।

ରାତି ୧.୩୦ ପର୍ଯ୍ୟନ୍ତ ଶ୍ୱେତା ସୌମ୍ୟଙ୍କୁ ବାରମ୍ୱାର କଲ କରିଥିଲେ । କିନ୍ତୁ ସୌମ୍ୟ ତାଙ୍କର କୌଣସି କଲର ଉତ୍ତର ଦେଇନଥିଲେ । ସିଡିଆର ରିପୋର୍ଟ, ଶ୍ୱେତାଙ୍କ ଠାରୁ ଜବତ ଡାଏରୀ,ମୋବାଇଲରୁ ସମସ୍ତ ପ୍ରମାଣ ମିଳିବା ପରେ ପୁଲିସ ସୌମ୍ୟଜିତ୍‌ଙ୍କୁ ପୁଲିସ ନୋଟିସ୍ କରିଛି । ଖୁବ୍ ଶୀଘ୍ର ଥାନାରେ ହାଜର ହେବାକୁ ପୁଲିସ ନୋଟିସ୍‌ରେ କହିଛି । ବଡ଼ କଥା ହେଲା ସୌମ୍ୟଜିତ୍ ପୁଲିସର ଜେରାରୁ ବର୍ତ୍ତିବା ପାଇଁ ଏଭଳି ଲୁଚକାଳି ଖେଳୁଥିବା କୁହାଯାଉଛି । ସୌମ୍ୟଜିତ୍ ଫେରାର ହେବାକୁ ନେଇ ପୁଲିସର ଭୂମିକା ସନ୍ଦେହ ଘେରରେ । କାରଣ ଶ୍ୱେତା ଆତ୍ମହତ୍ୟା କରିଥିବା ଗତ ୧୮ ତାରିଖରେ ସୌମ୍ୟଜିତ୍‌ଙ୍କୁ ଚନ୍ଦ୍ରଶେଖରପୁର ଥାନାରେ ଦେଖିବାକୁ ମିଳିଥିଲା । ହେଲେ ସେତବେଳେ ପୁଲିସ ତାଙ୍କୁ ଅଟକ ରଖି ପଚରାଉଚରା କରିବା ପରିବର୍ତ୍ତେ ଛାଡ଼ି ଦେଇଥିଲା ।

ଆଉ ଏବେ ଏହି ମାମଲାରେ ସୌମ୍ୟଜିତ୍ ଫେରାର ହେବା ପାଇଁ ପୁଲିସ ଦାୟୀ ବୋଲି ଶ୍ୱେତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟପଟରେ ଶ୍ୱେତାଙ୍କ ମା’ ଏକ ଭିଡ଼ିଓ କରି ନ୍ୟାୟ ଭିକ୍ଷା କରିଛନ୍ତି । ଭିଡ଼ିଓରେ ସେ କାନ୍ଦି କାନ୍ଦି ତାଙ୍କ ଝିଅର ମୃତ୍ୟୁ ପାଇଁ ସୌମ୍ୟଜିତ୍ ଦାୟୀ ବୋଲି କହୁଛନ୍ତି । ଏପରିକି ତାଙ୍କ ବିରୋଧରେ ଦୁଢ କାର୍ଯ୍ୟାନୁଷ୍ଠାନ ପାଇଁ ସେ ସରକାରଙ୍କୁ ନିବେଦନ କରୁଥିବା ଭିଡ଼ିଓରୁ ଦେଖିବାକୁ ମିଳୁଛି । ଆହୁରି ମଧ୍ୟ ସୌମ୍ୟଜିତ ସମ୍ବଲପୁର ଜେଏମ୍‌ଜେ ହସ୍ପିଟାଲ ନିକଟ ବଂଶୀଧର ନଗରରେ ଥିବା ଘରେ ରହୁଛନ୍ତି । ସୌମ୍ୟଜିତ୍‌ଙ୍କ ଘର ଆଗରେ ଲାଗିଥିବା ସିସିଟିଭି ଫୁଟେଜ ଏବେ ପଦାକୁ ଆସିଛି । ଗତକାଲି ରାତି ୧୦ଟା ୧୭ ସମୟରେ ସୌମ୍ୟଜିତ୍‌ଙ୍କ ଘରୁ ବାହାରି ଦୁଇଜଣ କେଉଁଆଡେ ଯାଇଥିଲେ । ହେଲେ ଫେରିବା ପରେ ବାଇକ୍‌ରେ ଜଣେ ଫେରିଥିବା ବେଳେ ଅନ୍ୟ ଜଣେ ଆସିନଥିଲେ । ତେଣୁ ଫେରିନଥିବା ବ୍ୟକ୍ତି ସୌମ୍ୟଜିତ୍ ହୋଇଥିବା କୁହାଯାଉଛି । କାରଣ ପୁଲିସ ସୌମ୍ୟଜିତ୍‌ଙ୍କୁ ଖୋଜୁଥିବା ଜାଣି ପରିବାର ଲୋକେ ତାଙ୍କୁ ଫେରାର କରାଇ ଦେଇଥିବା କୁହାଯାଉଛି । ତେଣୁ ବାଇକ୍‌ରେ ଯାଇଥିବା ଦୁଇ ଜଣ ବ୍ୟକ୍ତି କିଏ, ସେନେଇ ତଦନ୍ତ କରିବା ଆବଶ୍ୟକ ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking