18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶରୁଷ୍‌ରେ ଆଇଏସ୍ ଆତଙ୍କବାଦୀ ଗିରଫ: ଭାରତ ଉପରେ ଆକ୍ରମଣ ଯୋଜନାକୁ ସ୍ୱୀକାର

ରୁଷ୍‌ରେ ଆଇଏସ୍ ଆତଙ୍କବାଦୀ ଗିରଫ: ଭାରତ ଉପରେ ଆକ୍ରମଣ ଯୋଜନାକୁ ସ୍ୱୀକାର

ମସ୍କୋ : ଭାରତ ଉପରେ ଆକ୍ରମଣ ଯୋଜନା କରୁଥିବା ଆଇଏସ୍ (ଇସ୍‌ଲାମିକ ଷ୍ଟେଟ୍‌) ସଂଗଠନର ଜଣେ ଆତଙ୍କବାଦୀକୁ ରୁଷ୍‌ରେ ଗିରଫ କରାଯାଇଛି । କିଛିମାସ ପୂର୍ବେ ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିଜେପି ନେତ୍ରୀ ନୂପୁର ଶର୍ମା ଯେଉଁ ବିବାଦୀୟ ମନ୍ତବ୍ୟ ଦେଇଥିଲେ, ତାହାର ପ୍ରତିଶୋଧ ନେବାକୁ ଏଭଳି ଆକ୍ରମଣ ଯୋଜନା ପ୍ରସ୍ତୁତ କରାଯାଇଥିଲା ବୋଲି ଆତଙ୍କବାଦୀ ଜଣକ ରୁଷ୍ ଗୁଇନ୍ଦା ସଂସ୍ଥା ନିକଟରେ ସ୍ୱୀକାର କରିଛି । ସଂପୃକ୍ତ ଆତଙ୍କବାଦୀକୁ ଆଇଏସ୍ ସଂଗଠନରେ ଆତ୍ମଘାତୀ ମାନବ ବୋମା (ସୁଇସାଇଡ୍ ବମ୍ବର)ଭାବେ ନିଯୁକ୍ତି ଦିଆଯାଇଥିଲା । ପ୍ରଫେଟ୍ ମହମ୍ମଦଙ୍କୁ ଅପମାନ କରାଯାଇଥିବାରୁ ଏହାର ପ୍ରତିଶୋଧ ନେବାକୁ ଆଇଏସ୍ ପକ୍ଷରୁ ତାଙ୍କୁ ଖୁବଶୀଘ୍ର ଭାରତ ପଠାଇବାର ବନ୍ଦୋବସ୍ତ କରାଯାଉଥିଲା ।

ଭାରତରେ ପହଞ୍ଚିବାପରେ ସେ ସୁବିଧା ସୁଯୋଗ ଦେଖି ଆତ୍ମଘାତୀ ବିସ୍ଫୋରଣ ଜରିଆରେ ବିପର୍ଯ୍ୟୟ ଘଟାଇଥାନ୍ତା ବୋଲି ଜଣାପଡିଛି । ରୁଷ୍‌ରେ ଆଇଏସ୍ ସଂଗଠନକୁ ବାତିଲ କରାଯାଇଥିବାବେଳେ ସଂପୃକ୍ତ ଆତଙ୍କବାଦୀ କିପରି ଓ କେଉଁ ପରିସ୍ଥିତିରେ ସେଠାରେ ପ୍ରବେଶ କଲା, ତାହା ଅନୁଧ୍ୟାନ କରିବାକୁ ରୁଷିଆନ୍ ଫେଡେରାଲ ସିକ୍ୟୁରିଟୀ ସର୍ଭିସ (ଏଫ୍‌ଏସ୍‌ବି) ପକ୍ଷରୁ ତଦନ୍ତ କରାଯାଉଛି । ନୂପୁରଙ୍କ ବୟାନକୁ କେନ୍ଦ୍ରକରି ମୁସଲମାନ ବହୁଳ ଏକାଧିକ ମଧ୍ୟପ୍ରାଚ୍ୟ ରାଷ୍ଟ୍ର ସେତେବେଳେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଅବଶ୍ୟ ପରବର୍ତ୍ତୀ ସମୟରେ ବିଜେପି ହାଇକମାଣ୍ଡ ନୂପୁରଙ୍କୁ ଦଳରୁ ବହିଷ୍କାର କରିବାପରେ ଏହି ରାଷ୍ଟ୍ରଗୁଡିକ ନରମ ପଡିଥିଲେ । ତେବେ ନୂପୁରଙ୍କ ବୟାନକୁ ଆଇଏସ୍ ଓ ଅଲକାଏଦା ଭଳି ଆତଙ୍କବାଦୀ ସଂଗଠନ ଗୁରୁତ୍ୱର ସହ ଗ୍ରହଣ କରି ପ୍ରତିଶୋଧ ପରାୟଣ ହୋଇପଡିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking