29.1 C
Bhubaneswar
Monday, November 18, 2024
Homeଦେଶ ବିଦେଶଲଗାଣ ବର୍ଷାରେ ଭୁଶୁଡିଲା ବ୍ରିଜ୍

ଲଗାଣ ବର୍ଷାରେ ଭୁଶୁଡିଲା ବ୍ରିଜ୍

କାଙ୍ଗଡା : ଭାରତୀୟ ରେଳ ଲାଇନର ଐତିହାସିକ ଐତିହ୍ୟ ପଠାନକୋଟ-କାଙ୍ଗଡା ଜୋଗେନ୍ଦ୍ରନଗର ରେଲଓ୍ବେ ଟ୍ରାକ୍ ପୁଣି ଥରେ ଠପ୍ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଚକ୍କି ନିକଟରେ ଥିବା ଏକ ରେଲଓ୍ବେ ବ୍ରିଜ୍ ଭୁଶୁଡି ପଡିଛି । ଏହି ବ୍ରିଜ୍ ଅନ୍ୟନ୍ତ ପୁରୁଣା ଏବଂ ଏହା ପଞ୍ଜାବରୁ ହିମାଚଳ ପର‌୍ୟ୍ୟନ୍ତ ରେଳ ଲାଇନ୍କୁ ସଂଯୋଗ କରୁଥିବା ଏକମାତ୍ର ବ୍ରିଜ୍ ଥିଲା । ପଞ୍ଜାବ ପଟରୁ ପୂର୍ବରୁ କ୍ଷତିଗ୍ରସ୍ତ ହୋଇଥିବା ଅଂଶ ଏବେ ସମ୍ପୂର୍ଣ୍ଣ ଭାବେ ବନ୍ୟାରେ ଧୋଇ ହୋଇଯାଇଛି । ଏହା ପୂର୍ବରୁ ଏହି ବ୍ରିଜ୍ ଉପରେ ଅନେକ ଥର ପାଣି ପ୍ରବାହିତ ହେଉଥିଲା । କିନ୍ତୁ ଠିକ୍ ସମୟରେ ଏହି ବ୍ରିଜ୍ର ଯତ୍ନ ନିଆଯାଇନଥିଲା । ଗତ ୨୪ ଘଣ୍ଟା ଧରି ପ୍ରବଳ ବର୍ଷା ଯୋଗୁଁ ଆଜି ଏହି ବ୍ରିଜ୍ ଧୋଇ ଯାଇଛି । ସୂଚନାଯୋଗ୍ୟ ଯେ, ପଞ୍ଜାବକୁ ହିମାଚଳ ସହିତ ସଂଯୋଗ କରୁଥିବା ଏହା ଏକମାତ୍ର ରେଲଓ୍ବେ ଟ୍ରାକ୍ । ଯାହାକୁ ପ୍ରଶସ୍ତିକରଣ କରିବା ପାଇଁ ସରକାର ଅନେକ ବିମାନ ସର୍ଭେ କରିଥିଲେ । ପରେ ଏହାକୁ ଐତିହାସିକ ଐତିହ୍ୟ ଘୋଷଣା କରି ସେହିଭଳି ଛାଡି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking