28.1 C
Bhubaneswar
Sunday, September 29, 2024
Homeଓଡିଶାପୁରୀରେ ‘୫ଟି’ ସଚିବ: ଐତିହ୍ୟ ପରିକ୍ରମା ପ୍ରକଳ୍ପର ଅଗ୍ରଗତିର କଲେ ସମୀକ୍ଷା

ପୁରୀରେ ‘୫ଟି’ ସଚିବ: ଐତିହ୍ୟ ପରିକ୍ରମା ପ୍ରକଳ୍ପର ଅଗ୍ରଗତିର କଲେ ସମୀକ୍ଷା

ପୁରୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି ‘୫ଟି’ ସଚିବ ଭିକେ ପାଣ୍ଡିଆନ୍‌ । ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏହି ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କରିବାକୁ ‘୫ଟି’ ସଚିବ ପୁରୀ ଆସିଥିଲେ । ଏହି ଅବସରରେ ସେ ବିଭାଗୀୟ ଅଫିସରମାନଙ୍କ ସହ ଆଲୋଚନା କରିଥିଲେ । ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ସେ ଓଡ଼ିଶା ସେତୁ ନିର୍ମାଣ ନିଗମ(ଓବିସିସି)ର ଅଫିସର ଏବଂ ଠିକାସଂସ୍ଥା ଟାଟା ପ୍ରୋଜେକ୍ଟର ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରକଳ୍ପକୁ ୯ମାସ ମଧ୍ୟରେ ଶେଷ କରିବାକୁ ପୂର୍ବରୁ ସରକାର ନିଷ୍ପତ୍ତି ନେଇଥିଲେ । ତଦନୁସାରେ ଏବେ ଦକ୍ଷିଣ ଦ୍ୱାର ପରିକ୍ରମା ପଥ କାମ ଶେଷ ହୋଇଛି । ଏହା ପରେ ଉତ୍ତର ଦ୍ୱାର ଓ ପଶ୍ଚିମ ଦ୍ୱାର ପରିକ୍ରମା ପଥ ନିର୍ମାଣ ଅଗ୍ରଗତି ଚାଲିଛି । ଏହି କାମକୁ ଶୀଘ୍ର ଶେଷ କରିବାକୁ ଓବିସିସି ପ୍ରସ୍ତୁତ କରିଥିବା କାର୍ଯ୍ୟସୂଚୀକୁ ମଧ୍ୟ ୫ଟି ସଚିବ ଅବଲୋକନ କରିଥିବା ଜଣାପଡିଛି । ପରେ ସେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ । ସୂଚନାଯୋଗ୍ୟ, ୩୨୧ କୋଟି ଟଙ୍କାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଟାଟା ପ୍ରୋଜେକ୍ଟ ଠିକା ସଂସ୍ଥାକୁ ଦିଆଯାଇଛି । ଓବିସିସି ତତ୍ତ୍ୱାବଧାନରେ ଏହି କାର୍ଯ୍ୟ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking