27.1 C
Bhubaneswar
Friday, September 20, 2024
Homeଖେଳସ୍ଥଗିତ ପାରା ଏସିଆନ୍ ଗେମ୍ସର ନୂଆ ତାରିଖ ଘୋଷଣା

ସ୍ଥଗିତ ପାରା ଏସିଆନ୍ ଗେମ୍ସର ନୂଆ ତାରିଖ ଘୋଷଣା

ନୂଆଦିଲ୍ଲୀ : ଚୀନ୍‌ରେ କରୋନା ସଂକ୍ରମଣ ମାମଲାରେ ବୃଦ୍ଧି କାରଣରୁ ସ୍ଥଗିତ ପାରା ଏସିଆନ୍ ଗେମ୍ସର ଆୟୋଜନ ଆସନ୍ତାବର୍ଷ ହାଙ୍ଗ୍‌ଝୁରେ ଅକ୍ଟୋବର ୨୨ରୁ ୨୮ ତାରିଖ ପର୍ଯ୍ୟନ୍ତ ହେବ । ଆୟୋଜକଙ୍କ ପକ୍ଷରୁ ବୁଧବାର ଏହି ଘୋଷଣା କରାଯାଇଛି । ଏହି ପ୍ରତିଷ୍ଠିତ ଟୁର୍ଣ୍ଣାମେଣ୍ଟ୍‌ର ଆୟୋଜନ ଚଳିତବର୍ଷ ଅକ୍ଟୋବର ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ହାଙ୍ଗ୍‌ଝୁରେ ହେବାର ଥିଲା । ମାତ୍ର ଚୀନ୍‌ରେ କରୋନା ସଂକ୍ରମଣ ବୃଦ୍ଧି କାରଣରୁ ମେ ମାସରେ ଏହାକୁ ସ୍ଥଗିତ ରଖାଯାଇଥିଲା । ଏସିଆନ୍ ପାରାଲିମ୍ପିକ୍ କମିଟି (ଏପିସି) ଏବଂ ହାଙ୍ଗ୍‌ଝୁ ଏସିଆନ୍ ପାରା ଗେମ୍ସ ଆୟୋଜନ କମିଟି (ଏଚ୍‌ଏପିଜିଓସି) ପକ୍ଷରୁ ମିଳିତ ବୟାନରେ କୁହାଯାଇଛି, ଚଳିତ ବର୍ଷ ହାଙ୍ଗ୍‌ଝୁରେ ଆୟୋଜିତ ହେବାକୁ ଥିବା ଚତୁର୍ଥ ପାରା ଏସିଆନ୍ ଗେମ୍ସ ଆସନ୍ତାବର୍ଷ ଅକ୍ଟୋବର ୨୨ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ । ଏଥିରେ ଆହୁରି କୁହାଯାଇଛି, ଏଚ୍‌ଏପିଜିଓସି, ଚୀନ୍‌ର ଜାତୀୟ ପାରାଲିମ୍ପିକ୍ କମିଟି, ଏସିପି ଏବଂ ଅନ୍ୟ ହିତଧାରକଙ୍କ ସହ ଆଲୋଚନା କରାଯାଇ ନୂଆ ତାରିଖ ଉପରେ ନିଷ୍ପତ୍ତି ନିଆଯାଇଛି । ଏସିଆନ୍ ଅଲିମ୍ପିକ୍ ପରିଷଦ (ଓସିଏ) ଜୁଲାଇରେ ଏସିଆନ୍ ଗେମ୍ସର ନୂଆ ତାରିଖ ଘୋଷଣା କରିଥିଲା, ଯାହା ଏବେ ୨୦୨୩ ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ । ଚୀନ୍ ଦ୍ୱିତୀୟ ଥର ପାଇଁ ଏସିଆନ୍ ପାରାଲିମ୍ପିକ୍ ଗେମ୍ସ ଆୟୋଜନ କରିବ । ପୂର୍ବରୁ ୨୦୧୦ରେ ଗ୍ୱାଙ୍ଗ୍‌ଝୁରେ ଏହି ଗେମ୍ସର ସଫଳ ଆୟୋଜନ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking