28.1 C
Bhubaneswar
Thursday, September 19, 2024
Homeଖେଳଏଆଇଏଫ୍‌ଏଫ୍ ବ୍ୟାନ୍ ପ୍ରସଙ୍ଗ: ସୁପ୍ରିମକୋର୍ଟରେ ଶୁଣାଣି ଟଳିଲା

ଏଆଇଏଫ୍‌ଏଫ୍ ବ୍ୟାନ୍ ପ୍ରସଙ୍ଗ: ସୁପ୍ରିମକୋର୍ଟରେ ଶୁଣାଣି ଟଳିଲା

ନୂଆଦିଲ୍ଲୀ: ବିଶ୍ୱ ଫୁଟ୍‌ବଲ୍‌ର ସର୍ବୋଚ୍ଚ ସଞ୍ଚାଳନ ସଂସ୍ଥା ଫିଫା ତୃତୀୟ ପକ୍ଷଙ୍କ ହସ୍ତକ୍ଷେପକୁ ଆଧାରକରି ମଙ୍ଗଳବାର ଅଖିଳ ଭାରତୀୟ ଫୁଟ୍‌ବଲ୍ ମହାସଂଘ (ଏଆଇଏଫ୍‌ଏଫ୍‌)କୁ ନିଲମ୍ବିତ କରିଛି । ଏହା ସହିତ ଭାରତଠାରୁ ଅକ୍ଟୋବରରେ ହେବାକୁ ଥିବା ଅଣ୍ଡର-୧୭ ମହିଳା ବିଶ୍ୱକପ୍ ଆୟୋଜନ ଅଧିକାର ଛଡ଼ାଇ ନେଇଛି । ଏପରି ସ୍ଥିତିରେ ମାମଲାକୁ ନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟର ଦ୍ୱାରାସ୍ଥ ହୋଇଥିଲେ । ଆଜି ଏହାର ଶୁଣାଣି ହୋଇଥିଲା । ଶୁଣାଣି ପରେ ସର୍ବୋଚ୍ଚ ଅଦାଲତ ବିଶ୍ୱ କପ୍ ଭାତରେ ଆୟୋଜନ କରାଇବା ଏବଂ ଏଆଇଏଫ୍‌ଏଫ୍‌ର ନିଲମ୍ବନ ହଟାଇବା ନିମନ୍ତେ ଜରୁରୀ ଉପାୟ କରିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି । ଏହା ସହିତ ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୨ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି । ଅନ୍ୟପକ୍ଷରେ ଭାରତରେ ଅଣ୍ଡର-୧୭ ବିଶ୍ୱ କପ୍ କରାଇବା ନିମନ୍ତେ ଫିଫା ସହିତ ଆଲୋଚନା ଚାଲିଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୋର୍ଟକୁ କୁହାଯାଇଛି ।

ଏଆଇଏଫ୍‌ଏଫ୍ ସକ୍ରିୟ ପକ୍ଷଙ୍କ ସହ ସହମତି ସୃଷ୍ଟି ପାଇଁ ମାମଲାର ଶୁଣାଣି ଅଗଷ୍ଟ ୨୨ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିବା ପାଇଁ କେନ୍ଦ୍ର ପକ୍ଷରୁ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼, ଏଏସ୍ ବୋପନ୍ନା ଏବଂ ଜେବି ପାରଦୀୱାଲାଙ୍କ ଖଣ୍ଡପୀଠଙ୍କୁ ଅନୁରୋଧ କରାଯାଇଥିଲା, ଯାହାକୁ ଖଣ୍ଡପୀଠ ଗ୍ରହଣ କରିଛନ୍ତି । ଖଣ୍ଡପୀଠ କହିଥିଲେ, ଅଣ୍ଡର-୧୭ ଖେଳାଳିଙ୍କ ପାଇଁ ଏହା ଏକ ବଡ଼ ଟୁର୍ଣ୍ଣାମେଣ୍ଟ୍ ଏବଂ ଏହାର ଭାରତରେ ଆୟୋଜିତ ହେଉ, ତାହା ସେ ଚାହାନ୍ତି । କୌଣସି ବାହାର ବ୍ୟକ୍ତି ଏଥିରେ ହସ୍ତକ୍ଷେପ କଲେ, ତାହା ବରଦାସ୍ତ କରାଯିବ ନାହିଁ ବୋଲି ଖଣ୍ଡପୀଠ ରୋକ୍‌ଠୋକ କହିଛନ୍ତି । ଏହି ମାମଲାରେ କେନ୍ଦ୍ର ସରକାର ସକ୍ରିୟା ଭୂମିକା ଗ୍ରହଣ କରି ଏଆଇଏଫ୍‌ଏଫ୍ ଉପରୁ ନିଲମ୍ବନ ହଟାଇବାକୁ ସହାୟତା କରିବା ନିମନ୍ତେ ଖଣ୍ଡପୀଠ କହିଛନ୍ତି । ସୂଚନାଯୋଗ୍ୟ, ଅଣ୍ଡର-୧୭ ଫିଫା ମହିଳା ବିଶ୍ୱ କପ୍ ଚଳିତବର୍ଷ ଅକ୍ଟୋବର ୧୧ରୁ ୩୦ ତାରିଖ ପର୍ଯ୍ୟନ୍ତ ତିନି ଭେନ୍ୟୁ ଭୁବନେଶ୍ୱର, ମୁମ୍ବାଇ ଏବଂ ଗେ।।ରେ ଆୟୋଜିତ ହେବାର ଥିଲା । ସେହିପରି ଏଆଇଏଫ୍‌ଏଫ୍‌କୁ ଫିଫା ନିଲମ୍ବନ କରିବା ଗତ ୮୫ ବର୍ଷର ଇତିହାସରେ ପ୍ରଥମ ଘଟଣା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking