21.1 C
Bhubaneswar
Sunday, November 24, 2024
Homeଓଡିଶାଆଉ ୨୪ ଘଣ୍ଟା ଗୁରୁତ୍ୱପୁର୍ଣ୍ଣ –ଏସଆରସି

ଆଉ ୨୪ ଘଣ୍ଟା ଗୁରୁତ୍ୱପୁର୍ଣ୍ଣ –ଏସଆରସି

ଭୁବନେଶ୍ୱର : ପାଣି କମୁଛି , ଆଉ ୨୪ ଘଣ୍ଟା ଗୁରୁତ୍ୱପୁର୍ଣ୍ଣ କହିଲେ ଏସଆରସି । ବନ୍ୟା ସ୍ଥିତି ନେଇ ଏସଆରସି ପ୍ରଦୀପ ଜେନାଙ୍କ ସୂଚନା । ପିକ୍ ମୁଣ୍ଡଳି ଅତିକ୍ରମ କରିଛି , ସମୁଦ୍ର କୁ ଯିବାକୁ ୨୪ ଘଣ୍ଟା ଲାଗିବ । ତେଣୁ ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୁର୍ଣ୍ଣ । ମୁଣ୍ଡଳିରେ ଆଜି ସକାଳ ୬ ଟା ଯାଏଁ ଜଳ ପ୍ରବାହ ପିକ୍ ରହିଥିଲା । ୧୨ ଘଣ୍ଟା ପିକ୍ ରହିବା ପରେ ସକାଳ ୬ ଟାରେ କମି ଚାଲିଥିଲା । ଏବେ ମୁଣ୍ଡଳିରେ ଘଣ୍ଟା ପିଛା ୧୭ ହଜାର କ୍ୟୁସେକ କମୁଛି । ଆଉ କିଛି ଘଣ୍ଟା ମଧ୍ୟରେ ତାହା ୨୫ ହଜାର କ୍ୟୁସେକ ହେବା ଆଶା । ସେପଟେ ହୀରାକୁଦରୁ ଆସୁଥିବା ପାଣି ଖଇରମାଳା ରେ ପହଁଚିଛି । ଖଇରମାଳାରେ ସକାଳେ ୯.୮୪ ଲକ୍ଷ କ୍ୟୁସେକ ପିକ୍ ରହିଥିଲା । ସେହି ପାଣି ର ପ୍ରଭାବ ୨୪ ଘଣ୍ଟା ପରେ ମୁଣ୍ଡଳିରେ ଅନୁଭୂତ ହେବ । ତେଣୁ ୨୪ ଘଣ୍ଟା ପରେ ମୁଣ୍ଡଳିରେ ୯ ଲକ୍ଷ କ୍ୟୁସେକ କୁ ଖସିବା ଆଶା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking