ପାରାଦୀପ : ପାରାଦୀପ ପାଇକା ନଦୀର କାଠକୋଟ ଗାଁ ନିକଟରେ ଘାଇ । ସୃଷ୍ଟି ହେଲା ପ୍ରାୟ ୫୦ ଫୁଟ୍ ର ବିରାଟକାୟ ଘାଇ । କାଠକୋଟ ଘାଇ ଯୋଗୁଁ ପାଖ ୧୨ ଟି ପଂଚାୟତ ଜଳମଗ୍ନ । ଘାଇ ସୃଷ୍ଟି ପରେ ଗାଁକୁ ପାରି ପଶିଛି। ଲୋକେ ଆତଙ୍କିତ ହୋଇଥିବା ଜଣାଯାଇଛି। ବନ୍ୟାଜଳ ପାଇଁ ମହାନଦୀ, ଦେବୀ, କୁଶଭଦ୍ରା ଓ ବ୍ରାହ୍ମଣୀର ଜଳସ୍ତର ବଢ଼ିବାରେ ଲାଗିଛି ଜ୍ଝ ଆଳିପିଙ୍ଗଳରେ ଦେବୀ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାବେଳେ ନିମାପଡ଼ାରେ କୁଶଭଦ୍ରା ନଦୀର ଜଳସ୍ତର ବିପଦ ସଙ୍କେତ ଟପିଛି।
ସେହିପରି ବୈତରଣୀ ନଦୀର ଶାଖା କାଣୀ ନଦୀରେ ୧୫୦ଫୁଟର ଘାଇ ସୃଷ୍ଟି ହୋଇଛି। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଲୋକଙ୍କର ଘର ଭିତରକୁ ପାଣି ପଶିଛି। ଚାଷଜମି ଜଳାର୍ଣ୍ଣବ ହୋଇଛି। ପ୍ରଶାସନ ପକ୍ଷରୁ ଜଳବନ୍ଦିର ସାମ୍ନା କରିଥିବା ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବନ୍ୟା ଆଶ୍ରୟ ସ୍ଥଳୀ, ସ୍କୁଲରେ ରଖାଯାଇ ସୁଖିଲା ଓ ରନ୍ଧା ଖାଦ୍ୟ ଦିଆଯାଉଛି।