ଢେଙ୍କାନାଳ : ଲଘୁଚାପ ଜନିତ ଲଗାଣ ବର୍ଷାରେ ଭାଙ୍ଗିଲା ଘର। ଫଳରେ ପାଖରେ ଥିବା ପରିତ୍ଯକ୍ତ ଘରେ ଯାଇ ଆଶ୍ରୟ ନେଉଛନ୍ତି ଅସହାୟ ପରିବାର। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଚାଉଳିଆ ପଂଚାୟତର ଚାଉଳିଆ ଖମାର ଗ୍ରାମରେ। ଉକ୍ତ ଗ୍ରାମର ଗରିବ ଅସହାୟ ମହିଳା ଭାମା ନାଏକ (୪୫) ଓ ତାଙ୍କ ସ୍ୱାମୀ ଅରୁଣ ନାଏକ (୫୫) ଆଜକୁ ପ୍ରାୟ ୨୦ ବର୍ଷ ହେବ ଝାଟି ମାଟିର ଚାଳଛପର ଘରେ ରହି ଆସୁଥିଲେ। ଅନେକ ସମୟରେ ବର୍ଷା ହେବା ଫଳରେ ଘରେ ପାଣି ପଶି ଘରର ଘରର କାନ୍ଥ ଭାଙ୍ଗି ଯାଇଥିଲା। ସେହି ଭଙ୍ଗା ଘରକୁ ସଜାଡ଼ି ରହି ଆସୁଥିଲେ।
ମାତ୍ର ଗତ କିଛି ଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଥିବାରୁ ଘରଟି ସଂପୁର୍ଣ୍ଣ ଭାବେ ଭାଙ୍ଗି ଗଲାଣି। ଏହି ଭଙ୍ଗା ଘରେ ରହିବା ସମ୍ଭବ ନହେବାରୁ ପାଖରେ ଥିବା ଏକ ପରିତ୍ଯକ୍ତ ଆଶ୍ରୟ ନେଉଛନ୍ତି ଅସହାୟ ସ୍ୱାମୀ ଓ ସ୍ତ୍ରୀ। ଗ୍ରାମର ମୁଖିଆ, ୱାର୍ଡ ସଭ୍ୟ, ସମିତିସଭ୍ୟ ଓ ସରପଂଚ ଏ ସଂପର୍କରେ ଜାଣି ମଧ୍ଯ କୌଣସି ପ୍ରକାର ସହଯୋଗ କରୁନଥିବା ପ୍ରକାଶ କରିଛନ୍ତି ଉଭୟ ଦମ୍ପତ୍ତି। ତେବେ ଜିଲ୍ଲା ପ୍ରଶାସନ ତଥା ବ୍ଲକ୍ ଅଧିକାରୀ ଏଥିପ୍ରତି ଦ୍ରୁଷ୍ଟି ଦେବା ସହିତ ଆବାସ ଯୋଜନାରେ ଘର ପ୍ରଦାନ କରିବା ପାଇଁ ଦାବି କରିଛନ୍ତି।