20.1 C
Bhubaneswar
Sunday, November 17, 2024
Homeଓଡିଶାକଲେଜ କ୍ୟାମ୍ପସକୁ ସ୍ମାର୍ଟ ଫୋନ ମନା

କଲେଜ କ୍ୟାମ୍ପସକୁ ସ୍ମାର୍ଟ ଫୋନ ମନା

ବ୍ରହ୍ମପୁର : କୌଣସି ଛାତ୍ରୀ କଲେଜକୁ ସ୍ମାର୍ଟ ଫୋନ୍ ଆଣି ପାରିବେନି। ଯଦି ଆଣିବେ କେବଳ କି’ ପ୍ୟାଡ୍ ଫୋନ ଆଣିପାରିବେ। ସରକାରୀ ଅନୁଦାନ ପ୍ରାପ୍ତ ବ୍ରହ୍ମପୁର ମହାମାୟୀ ମହିଳା ମହାବିଦ୍ୟାଳୟରେ ଏହି ନୂଆ ନିୟମ ଲାଗୁ ହୋଇଛି। ରାଜ୍ୟର ପ୍ରଥମ କଲେଜ ଭାବେ ଏଠାରେ ସ୍ମାର୍ଟ ଫୋନ୍ ବ୍ୟବହାର ଉପରେ ବ୍ୟାନ୍ ଲଗାଯାଇଛି। କଲେଜ କର୍ତ୍ତୃପକ୍ଷଙ୍କ ଏହି ନିଷ୍ପତ୍ତି ପରେ ଛାତ୍ରୀଙ୍କ ମଧ୍ୟରେ ଅଶାନ୍ତି ଦେଖାଦେଇଛି। କଲେଜରେ ସ୍ମାର୍ଟ ଫୋନ୍ ବ୍ୟବହାର ଉପରେ ଲାଗିଥିବା ବ୍ୟାନ୍ ପ୍ରତ୍ୟାହାର କରିନେବା ଦାବିରେ ଆଜି ଶତାଧିକ ଛାତ୍ରୀ ଅଧ୍ୟକ୍ଷଙ୍କୁ ଭେଟି ଦାବିପତ୍ର ଦେଇଥିଲେ। ହେଲେ କଲେଜ ଅଧ୍ୟକ୍ଷ ନିଜ ନିଷ୍ପତ୍ତିରେ ଅଟଳ ରହିଛନ୍ତି। ଛାତ୍ରୀମାନଙ୍କ ଉତ୍ତମ ଭବିଷ୍ୟତ ନିମନ୍ତେ ବ୍ୟାନ୍ ଉଠିବ ନାହିଁ ବୋଲି ସେ ସଫା ସଫା ମନା କରିଦେଇଛନ୍ତି। ଅନ୍ୟପକ୍ଷରେ ଆଗକୁ ଛାତ୍ରୀମାନେ ଜୋରଦାର ଆନ୍ଦୋଳନ କରିବେ ବୋଲି କହିଛନ୍ତି। ଗତ ଜୁଲାଇ ୩୦ ତାରିଖରୁ ଏଭଳି ନୂଆ ନିୟମ କଲେଜରେ ଲାଗିଛି। ଦୁଇଦିନ ହେବ କଲେଜ ଗେଟ୍ରେ ଏନେଇ ନୋଟିସ୍ ଲଗାଯାଇଛି। ଅଧ୍ୟକ୍ଷ ନିଜେ କଲେଜ ଗେଟ ନିକଟରେ ଠିଆ ହୋଇ ଛାତ୍ରୀମାନଙ୍କୁ ସ୍ମାର୍ଟ ଫୋନ୍ ନ ଆଣିବାକୁ ତାଗିଦ କରୁଛନ୍ତି। ସେମାନଙ୍କ ବ୍ୟାଗ୍ ଯାଞ୍ଚ କରୁଛନ୍ତି। ତେବେ କଲେଜର ଅଧ୍ୟାପକ ଓ କର୍ମଚାରୀଙ୍କ କ୍ଷେତ୍ରରେ ଏଭଳି ନିୟମ ଲାଗୁ କରାଯାଇନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking