ଭୁବନେଶ୍ୱର : ଗଣମାଧ୍ୟମ ପ୍ରତିନିଧି ସାମ୍ନାକୁ ପୁଣି ଆସିଲେ ବାବୁସାନ । ରାତି ବେଶି ହେଲାଣି ନିଜ ନିଜ ଘରକୁ ଫେରିଯାଇ ବିଶ୍ରାମ ନେବାକୁ ସାମ୍ବାଦିକଙ୍କୁ ଅନୁରୋଧ କରିଛନ୍ତି । ଆସନ୍ତାକାଲି ନିଜର ଜନ୍ମଦିନ ପାଳନ ନେଇ ମଧ୍ୟ ସୂଚନା ଦେଇଛନ୍ତି । ବାପା-ମା’ଙ୍କ ସହ ଜନ୍ମଦିନ ପାଳିବି । ସ୍ତ୍ରୀ ଓ ପୁଅ ପାଖକୁ ଯାଇ ମଧ୍ୟ ଜନ୍ମଦିନ ପାଳିବେ ବୋଲି କହିଲେ ବାବୁସାନ୍ । ପୋଲିସ ପଚରାଉଚରାର ସମ୍ମୁଖିନ ପରେ ସବୁ ପ୍ରଶ୍ନର ଉତ୍ତର ଦେବି ବୋଲି କହିଛନ୍ତି । ସେପଟେ ବାବୁସାନ ଓ ତାଙ୍କ ପତ୍ନୀ ତୃପ୍ତିଙ୍କ ମଧ୍ୟରେ ଆପୋସ ସମାଧାନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି।
ଭୁବନେଶ୍ୱର ସତ୍ୟନଗରରେ ଥିବା ତୃପ୍ତିଙ୍କ ଘରକୁ ଯାଇ ତାଙ୍କ ସହିତ ଆଲୋଚନା କରିଛନ୍ତି ଅଭିନେତା ରବି ମିଶ୍ର। ପତି-ପତ୍ନୀଙ୍କ ବିବାଦକୁ ସମାଧାନ ପାଇଁ ଉଦ୍ୟମ କରାଯାଉଥିବା ଜଣାପଡ଼ିଛି। ଆଗରୁ ଚେନ୍ନାଇ ଯାଇ ବାବୁସାନଙ୍କୁ ଆଣିଥିଲେ ରବି। ଉଭୟ ବାବୁସାନ ଓ ତୃପ୍ତିଙ୍କ ସହିତ ତାଙ୍କର ଉତ୍ତମ ସଂପର୍କ ଥିବାରୁ ପତି-ପତ୍ନୀଙ୍କ ବିବାଦର ସମାଧାନ ପାଇଁ ସେ ଚେଷ୍ଟା କରି ତୃପ୍ତିଙ୍କ ଘରକୁ ଯାଇଥିବା ଜଣାପଡ଼ିଛି।