20.1 C
Bhubaneswar
Saturday, November 16, 2024
Homeକମନୱେଲଥ ଗେମ୍ସପ୍ରଥମ ମ୍ୟାଚରେ ଫେଲ ମାରିଲା ଭାରତୀୟ ଦଳ: ୩ ୱିକେଟରେ ଅଷ୍ଟ୍ରେଲିଆ ବିଜୟୀ

ପ୍ରଥମ ମ୍ୟାଚରେ ଫେଲ ମାରିଲା ଭାରତୀୟ ଦଳ: ୩ ୱିକେଟରେ ଅଷ୍ଟ୍ରେଲିଆ ବିଜୟୀ

ବର୍ମିଂହାମ: ପରାଜୟ ସହିତ କମନୱେଲଥ ଗେମ ଟୁର୍ଣ୍ଣାମେଣ୍ଟକୁ ଆରମ୍ଭ କରିଛି ଭାରତୀୟ ମହିଳା ଦଳ । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚରେ ୩ ୱିକେଟରେ ପରାସ୍ତ ହୋଇଛି ଟିମ ଇଣ୍ଡିଆ । ଅଷ୍ଟ୍ରେଲିଆର ଆସଲେ ଗାର୍ଡନରଙ୍କ ଅର୍ଦ୍ଧଶତକ ଆଗାରେ ଫେଲ ମାରିଛି ହରମନପ୍ରୀତଙ୍କ ଅର୍ଦ୍ଧଶତକ । କେବଳ ସେତିକି ନୁହେଁ, ରେଣୁକା ସିଂଙ୍କ ୪ ୱିକେଟ ହଲ ମଧ୍ୟ ଭାରତକୁ ବିଜୟ ଦେବାରେ ଅସମର୍ଥ ହୋଇଛି ପଳରେ ଏହି ମ୍ୟାଚକୁ ୧ ଓଭର ବାକି ଥାଇ ୩ ୱିକେଯରେ ଜିତି ନେଇଛି ବିଶ୍ୱ ଚମ୍ପିଆନ ଅଷ୍ଟ୍ରେଲିଆ । ୧୫୫ ରନର ବିଜୟ ଲକ୍ଷ୍ୟ ସହ ପଡିଆରେ ପାଳି ଆରମ୍ଭ କରିଥିଲେ ଅଷ୍ଟ୍ରେଲିଆର ଆଲିସା ହେଲୀ ଏବଂ ବେଥ ମୁନୀ । ତେବେ ଇନିଂସର ଦ୍ୱିତୀୟ ବଲର କଙ୍ଗାରୁ ଦଳକୁ ପ୍ରଥମ ଝଟକା ଦେଇଥିଲେ ରେଣୁକା ।

ଏହାପରେ ପାଳି ସମ୍ଭାଳିବା ପାଇଁ ଚେଷ୍ଟା କରୁଥିଲା ଅଷ୍ଟ୍ରେଲିଆ । କିନ୍ତୁ ରେଣୁକା ଆଜି ମ୍ୟାଚରେ ନିଜର ବିଶ୍ୱରୂପ ଦେଖାଇଛନ୍ତି । ତୃତୀୟ ଓଭରର ପ୍ରଥମ ଏବଂ ପଞ୍ଚମ ବଲରେ ଦଳକୁ ଏକାତରେ ଦୁଇଟି ସଫଳତା ଭେଟି ଦେବା ସହ ପଞ୍ଚମ ଓଭରର ପ୍ରଥମ ବଲରେ ମଧ୍ୟ ତାହିଲା ମ୍ୟାକଗ୍ରାଥଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ । ଏହାସହ ଅଷ୍ଟ୍ରଲିଆର ଟପ ଅର୍ଡରକୁ ଧ୍ୱସ୍ତ ବିଧ୍ୱସ୍ତ କରି ଦେଇଥିଲେ ରେଣୁକା । ୫ ଓଭର ଭିତରେ ୪ଟି ୱିକେଟ ହାସଲ କରିବା ପରେ ଭାରତ ଏହି ମ୍ୟାଚ ଜିତି ନେବ ବୋଲି ଆଶା କରାଯାଉଥିଲା । କିନ୍ତୁ ଏଇଠୁ ଦଳକୁ ସମ୍ଭାଳି ନେଇଥିଲେ ଆସଲେ ଗାର୍ଡନର ଏବଂ ଗ୍ରେସ ହାରିସ । ୩୫ ବଲରୁ ୯ଟି ଚୌକା ସହ ଏକ ମହତ୍ତ୍ୱପୂର୍ଣ୍ଣ ଅର୍ଦ୍ଧଶତକ ପାଳି ଖେଳିଛନ୍ତି ଗାର୍ଡନର ।

ଅନ୍ୟ ପକ୍ଷରେ ୨୦ ବଲରୁ ୩୭ ରନ କରି ଗାର୍ଡନରଙ୍କୁ ଖୁବ ସାଥ ଦେଉଥିଲେ ଗ୍ରେସ ହାରିସ । ଶେଷରେ ଦଳ ପାଇଁ ଆଲାନା କିଙ୍ଗ ମଧ୍ୟ ଏକ ଛୋଟ କିନ୍ତୁ କାମିଓ ପାଳି ଖେଳିଛନ୍ତି । ୧୬ ବଲରୁ ୩ଟି ଚୌକା ସହ ୧୮ ରନ କରି ଦଳକୁ ବିଜୟୀ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି ଏହି ଖେଳାଳିମାନେ । ସେପଟେ ଭାରତ ପକ୍ଷରୁ ରେଣୁକା ସିଂ ଅଷ୍ଟ୍ରେଲିଆ ପାଇଁ ଦୁଃସ୍ୱପ୍ନ ପାଲଟିଛନ୍ତି । ୪ ଓଭରରେ ମାତ୍ର ୧୮ ରନ ବ୍ୟୟ କରି ଅଷ୍ଟ୍ରେଲିଆକୁ ବିପଦ ମୁହଁକୁ ଠେଲି ଦେଇଥିଲେ ରେଣୁକା । କଙ୍ଗାରୁ ଦଳର ପ୍ରଥମ ୪ ଜଣ ବ୍ୟାଟ୍ସମ୍ୟାନଙ୍କୁ ସେ ପାଭିଲିୟନର ରାସ୍ତା ଦେଖାଇଛନ୍ତି । ତାଙ୍କ ବ୍ୟତୀତ ଦିପ୍ତୀ ଶର୍ମା ମଧ୍ୟ ୨ ୱିକେଟ ନିଜ ନାମରେ କରିଛନ୍ତି । ତେବେ ଅନ୍ୟ ସମସ୍ତ ବୋଲର ମ୍ୟାଚରେ କୌଣସି ସଫଳତା ହାସଲ କରି ପାରିନାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking