25.1 C
Bhubaneswar
Tuesday, November 26, 2024
Homeଦେଶ ବିଦେଶସନ୍ତାନର ସଂଜ୍ଞା ନିର୍ଦ୍ଧାରଣ ନିଷ୍ପତ୍ତି ମା’ ନେଇପାରିବେ: ସୁପ୍ରିମକୋର୍ଟ

ସନ୍ତାନର ସଂଜ୍ଞା ନିର୍ଦ୍ଧାରଣ ନିଷ୍ପତ୍ତି ମା’ ନେଇପାରିବେ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପିତାଙ୍କ ମୃତ୍ୟୁ ପରେ ପିଲାର ପ୍ରକୃତ ଅଭିଭାବକ ଭାବେ ମା’ ତା’ର ସଂଜ୍ଞା ପରିବର୍ତ୍ତନର ନିଷ୍ପତ୍ତି ନେଇପାରିବେ ବୋଲି ଗୁରୁବାର ସୁପ୍ରିମକୋର୍ଟ ରାୟ ଦେଇଛନ୍ତି । ଜଣେ ମହିଳାଙ୍କୁ ରେକର୍ଡରେ ତାଙ୍କ ଦ୍ୱିତୀୟ ପତିଙ୍କ ନାମ ‘ସାବତ ପିତା’ ଭାବେ ସାମିଲ କରିବାକୁ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଖାରଜ କରି ସର୍ବୋଚ୍ଚ କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଜଷ୍ଟିସ୍ ଦିନେଶ ମାହେଶ୍ୱରୀ ଏବଂ କ୍ରିଷ୍ଣ ମୁରାରୀଙ୍କ ବେଞ୍ଚ୍ ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଏକ କ୍ରୂର ଏବଂ ମୂର୍ଖତାପୂର୍ଣ୍ଣ ନିର୍ଦ୍ଦେଶ ବୋଲି କହିଛନ୍ତି। ବେଞ୍ଚ୍ କହିଛନ୍ତି, ରେକର୍ଡରେ ମହିଳାଙ୍କ ଦ୍ୱିତୀୟ ପତିଙ୍କୁ ‘ସାବତ ପିତା’ ଭାବେ ସାମିଲ କରାଗଲେ ଏହା ସନ୍ତାନର ମାନସିକ ସ୍ୱାସ୍ଥ୍ୟ ଏବଂ ସ୍ୱାଭିମାନ ଉପରେ ପ୍ରଭାବ ପକାଇବ । କୌଣସି ଅନିଶ୍ଚିତତାରୁ ବର୍ତ୍ତିବା ପାଇଁ ଏହାକୁ ଦୋହରାଯାଉଛି ଯେ ମା’ ସନ୍ତାନର ପ୍ରକୃତ ଅଭିଭାବକ ହୋଇଥିବାରୁ ସନ୍ତାନର ସଂଜ୍ଞା ପରିବର୍ତ୍ତନ ପାଇଁ ତାଙ୍କର ଅଧିକାର ରହିଛି । ଏହା ସହିତ ସନ୍ତାନକୁ ପୋଷ୍ୟ ଭାବେ ପ୍ରଦାନ କରିବା ଅଧିକାର ମଧ୍ୟ ତାଙ୍କର ରହିଛି ବୋଲି କୋର୍ଟ କହିଛନ୍ତି । ପ୍ରଥମ ପତିଙ୍କ ମୃତ୍ୟୁ ପରେ ପୁନଃବିବାହ କରିଥିବା ଜଣେ ମହିଳା ଏବଂ ତାଙ୍କ ପୂର୍ବତନ ପତିଙ୍କ ଅଭିଭାବକଙ୍କ ମଧ୍ୟରେ ସନ୍ତାନର ସଂଜ୍ଞାକୁ ନେଇ ଚାଲିଥିବା ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ମା’ ସନ୍ତାନର ପ୍ରକୃତ ଅଭିଭାବକ ହୋଇଥିବା ବେଳେ ସନ୍ତାନକୁ ତାଙ୍କ ନୂଆ ପରିବାରରେ ସାମିଲ କରିବା ଏବଂ ସଂଜ୍ଞା ଉପରେ ନିଷ୍ପତ୍ତି ନେବାରୁ ଆଇନତଃ ତାଙ୍କୁ ବାରଣ କରାଯାଇପାରିବ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking