19.1 C
Bhubaneswar
Friday, November 22, 2024
Homeସ୍ୱାସ୍ଥ୍ୟରେଡ୍ ମିଟ ଖାଇଲେ ଜୀବନ ପ୍ରତି ବଢ଼ିଯାଏ ବିପଦ

ରେଡ୍ ମିଟ ଖାଇଲେ ଜୀବନ ପ୍ରତି ବଢ଼ିଯାଏ ବିପଦ

ନୂଆଦିଲ୍ଲୀ: ଏକ ରିସର୍ଚ୍ଚ ଅନୁସାରେ, ରେଡ୍ ମିଟ୍ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ପ୍ରମାଣିତ ହୋଇଛି । ଏହାକୁ ଖାଇବା ଦ୍ୱାରା ଷ୍ଟ୍ରୋକରୁ ଆରମ୍ଭ କରି କ୍ୟାନ୍ସର ପର୍ଯ୍ୟନ୍ତ ବିପଦ ବଢ଼ିଯାଇଥାଏ । ମିଶିଗନ୍ ୟୁନିଭରସିଟିର ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ରେଟ୍ ମିଟ୍ ଏବଂ ତେଲିଆ ଖାଦ୍ୟ ଯେପରିକି ବର୍ଗର, ସସ୍, ଭିନେଗାର ଆହାର ସମ୍ବନ୍ଧିତ ଖାଦ୍ୟ ଆମ ମୃତ୍ୟୁର କାରଣ ହୋଇପାରେ ।

ଏଥି ସହିତ ଏକ ରିସର୍ଚ୍ଚ ଅନୁଯାୟୀ, ୧୦,୦୦୦ ମୃତ୍ୟୁକୁ ଖାଇବା ଦ୍ୱାରା ହେଉଥିବା ରୋଗରୁ ରୋକାଯାଇ ପାରିଥାନ୍ତା । ଏହି ମୃତ୍ୟୁର କାରଣ ହେଉଛି- ସୁଗାର, ହାର୍ଟ ଆଟାକ୍ ଓ କ୍ୟାନ୍ସର ।ଏହି ରିସର୍ଚ୍ଚ ଜିଓ ନ୍ୟୁଜରେ ପ୍ରକାଶିତ ହୋଇଥିଲା । ଯଦି ଆପଣ ମଧ୍ୟ ରେଟ୍ ମିଟ୍ ସେବନ କରୁଛନ୍ତି, ତେବେ ଆସନ୍ତୁ ଜାଣିବା ଏହାଦ୍ୱାରା ହେଉଥିବା ରୋଗ ବିଷୟରେ…

ହାର୍ଭାର୍ଡ ମେଡିକାଲ୍ ସ୍କୁଲର ପ୍ରଫେସର ତଥା ଡାନା-ଫାର୍ବର୍ କ୍ୟାନ୍ସର ପ୍ରତିଷ୍ଠାନର ଜଣେ ଡାକ୍ତର ଡାକ୍ତର ମାରିଓସ୍ ଜିଆନାକିସ୍ ପ୍ରକାଶ କରିଛନ୍ତି ଯେ, ଯେତେବେଳେ ଆମେ ଲଗାତାର ଭାବରେ ରେଟ ମିଟ୍ ଖାଇଥାଉ, ସେବେ କୋଲୋରେକ୍ଟଲ୍ କ୍ୟାନ୍ସର ଶିକାର ହେଉ । ଏହା ଆମ ମୃତ୍ୟୁର କାରଣ ହୋଇପାରେ ।

ରିସର୍ଚ୍ଚ ପରେ ରେଜଲ୍ଟରୁ ଜଣାପଡିଛି ଯେ, ରେଡ ମିଟ ଅଧିକ ଖାଇବା ଦ୍ୱାରା କଲୋରେକ୍ଟାଲ୍ କ୍ୟାନ୍ସର ରୋଗର ବିକାଶକୁ ପ୍ରୋତ୍ସାହ ମିଳିଥାଏ । ଏହା ବ୍ୟତୀତ ରିସର୍ଚ୍ଚରୁ ଜଣାପଡିଛି ଯେ, ଯେଉଁମାନେ ପ୍ରତିଦିନ ରେଟ୍ ମିଟ ଖାଉଛନ୍ତି, ସେମାନଙ୍କୁ ଷ୍ଟ୍ରୋକ୍ ହେବାର ବିପଦ ୧୬% ଅଧିକ ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking