କୋରବା : ଆଧୁନିକ ଜୀବନରେ ଅନ୍ଧବିଶ୍ବାସର ସ୍ଥାନ ନାହିଁ । କିନ୍ତୁ ଆଜି ବି ଅନ୍ଧ ବିଶ୍ବାସର ବଶବର୍ତ୍ତି ହୋଇ ଲୋକେ ଏଭଳି କାମ କରୁଛନ୍ତି ଯାହା ଛାତି ଥରେଇ ଦେବ । ଛତିଶଗଡ ରାଜ୍ୟର କୋରବା ଜିଲ୍ଲା ଅନ୍ତର୍ଗତ ଏକ ଗ୍ରାମାଞ୍ଚଳରେ ଘଟିଛି ଏଭଳି ଏକ ଲୋମ ଟାଙ୍କୁରା ଘଟଣା ।
ଜିଲ୍ଲାର କରତଲା ସିନ୍ଧୋପାଳା ଅଞ୍ଚଳରେ ଜଣେ ଯୁବକ ନିଜ ଜିଭ କାଟି ଭଗବାନ ଶିବଙ୍କ ଲିଙ୍ଗରେ ସର୍ମପଣ କରିଛି । ଗାଁ ଲୋକଙ୍କ ସୂଚନା ଅନୁସାରେ ଲଷ୍ମୀ ପ୍ରସାଦ ଜଣେ ବଡ ଶିବଭକ୍ତ । ସେ ରବିବାର ଦିନ ଘରେ କିଛି ନକହି ଭଗବାନ ଶିବଙ୍କ ଆରାଧନା କରିବା ପାଇଁ ବାହାରକୁ ଯାଇଥିଲେ । ତେବେ ବହୁ ସମୟ ଧରି ଘରକୁ ନଫେରିବାରୁ ପରିବାର ଓ ସାଙ୍ଗ ସାଥି ଲଷ୍ମୀକୁ ଆଖପାଖରେ ଖୋଜା ଖୋଜି କରିଥିଲେ । ବହୁ ଖୋଜାଖୋଜିପରେ ଗାଁ ମୁଣ୍ଡର ଖୋଲା ପଡିଆରେ ଥିବା ଏକ ନାଳ ପାଖରେ ସେ ରକ୍ତ ଜୁଡୁବୁଡୁ ହୋଇ ପଡିଥିବା ଦେଖିଥିଲେ ।
ଲକ୍ଷ୍ମୀଙ୍କ ମୁହଁରେ ଜିଭ ନଥିଲା । ମୁହଁରୁ ମଧ୍ୟ ପ୍ରଚୁର ରକ୍ତସ୍ରାବ ହେଉଥିଲା । ତାଙ୍କୁ ଉଦ୍ଧାର କରି ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅପରପକ୍ଷରେ ଗାଁ ଶିବ ମନ୍ଦିରରେ ଥିବା ଲିଙ୍ଗ ଉପରେ ଏକ କଟା ଜିଭ ଦେଖିବାକୁ ମିଳିଛି । ଏହି କଟା ଜିଭଟି ଲକ୍ଷ୍ମୀଙ୍କର ବୋଲି ଗାଁ ଲୋକେ କହିଛନ୍ତି । କାରଣ ଲକ୍ଷ୍ମୀଙ୍କୁ ଉଦ୍ଧାର କରାଯିବାବେଳେ ଜିଭ କାଟି ସେ ଶିବ ଲିଙ୍ଗରେ ଅର୍ପଣ କରିଥିବା ଇଶରା ମାଧ୍ୟମରେ ପ୍ରକାଶ କରିଥିଲେ ।