ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (କଳା)କୁ ରାଜ୍ୟର ୫୭ଟି ଉଚ୍ଚ ବିଦ୍ୟାଳୟ ଉନ୍ନୀତ ହେବ । ଜିଲାଗୁଡ଼ିକରୁ ଯାଇଥିବା ପ୍ରସ୍ତାବକୁ ଶିକ୍ଷା ମନ୍ତ୍ରାଳୟର ପ୍ରକଳ୍ପ ଅନୁମୋଦନ ବୋର୍ଡ (ପିଏବି) ମଞ୍ଜୁରି ଦେଇଛି । ସମଗ୍ର ଶିକ୍ଷା ଅଧୀନରେ ୨୦୨୨-୨୩ ବର୍ଷରୁ ଏହି ନୂଆ ଉଚ୍ଚ ମାଧ୍ୟମିକ ସ୍କୁଲ ଖୋଲିବା ନେଇ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଅନୁପମ ଶାହା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।