18.1 C
Bhubaneswar
Tuesday, November 26, 2024
Homeଅପରାଧଫସିଲେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ: ୨୫ଲକ୍ଷ ଠକିନେଲା ସାଇବର ସୁନ୍ଦରୀ

ଫସିଲେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ: ୨୫ଲକ୍ଷ ଠକିନେଲା ସାଇବର ସୁନ୍ଦରୀ

ଭୁବନେଶ୍ୱର: ରାଜଧାନୀର ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସାଇବର ସୁନ୍ଦରୀ ଜାଲରେ ପଡ଼ିଛନ୍ତି । ସମ୍ପୃକ୍ତ ସାଇବର ସୁନ୍ଦରୀ ଜଣକ ଅଶ୍ଲିଳ ଭିଡ଼ିଓ କଲ୍ କରି ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ ୨୫ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଏନେଇ ସମ୍ପୃକ୍ତ ବ୍ୟକ୍ତି ଜଣକ ଭୁବନେଶ୍ୱର ସାଇବର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୁଲିସ ଘଟଣାର ତଦନ୍ତ ଚଳାଇଛି । ସୂଚନା ଅନୁଯାୟୀ, ଭୁବନେଶ୍ୱରରେ ଜଣେ ବିଏସ୍‌ଏନ୍‌ଏଲ୍‌ର ପୂର୍ବତନ କର୍ମଚାରୀ ଦିଲ୍ଲୀପ(ଛଦ୍ମନାମ) ସପରିବାର ରହୁଛନ୍ତି ।

ଗତ ଦୁଇଦିନ ତଳେ ତାଙ୍କୁ ଏକ ଅଜଣା ନମ୍ବରରୁ ହ୍ୱାଟ୍ସଆପ୍‌ରେ ଏକ ମେସେଜ୍ ଆସିଥିଲା । ସେହି ହ୍ୱାଟ୍ସଆପ୍ ଆକାଉଣ୍ଟ ପ୍ରୋଫାଇଲରେ ଜଣେ ସୁନ୍ଦରୀ ଯୁବତୀଙ୍କ ଫଟୋ ରହିଥିଲା । ଏହାଦେଖି ଉକ୍ତ ଆକାଉଣ୍ଟକୁ ଦିଲ୍ଲୀପ ସତ ଭାବିଦେଇଥିଲେ । ଏହାପରେ ସେହି ଆକାଉଣ୍ଟଧାରୀଙ୍କ ସହ କଥା ହୋଇଥିଲେ । କିଛି ସମୟ ପରେ ସାଇବର ସୁନ୍ଦରୀ ଜଣକ ହଠାତ୍ ଅଶ୍ଲିଳ ଭିଡ଼ିଓ କଲ୍ କରିଥିଲା । ଏହି କଲ୍‌କୁ ଦିଲ୍ଲୀପ ରିସିଭ୍ କରିଦେଇଥିଲେ । ଏହି ଅନ୍ତରଙ୍ଗ ମୁହୂର୍ତ୍ତକୁ ସାଇବର ସୁନ୍ଦରୀ ରେକର୍ଡ କରିଦେଇଥିଲା ।

ପରେ ସେହି ଫୁଟେଜ୍‌କୁ ହ୍ୱାଟ୍ସଆପ୍ ଜରିଆରେ ଦିଲ୍ଲୀପଙ୍କୁ ସେୟାର କରିଥିଲା । ଟଙ୍କା ନଦେଲେ ଭିଡ଼ିଓକୁ ଫେସବୁକ୍ ଓ ତାଙ୍କର ବନ୍ଧୁମାନଙ୍କୁ ପଠାଇ ଦେବ ବୋଲି ଧମକ ଦେଇଥିଲା । ଲୋକଲଜ୍ଜାର ଶିକାର ହେବା ଭୟରେ ଦିଲ୍ଲୀପ ପର୍ଯ୍ୟାୟକ୍ରମେ ୨୫ଲକ୍ଷ ଟଙ୍କା ସାଇବର ସୁନ୍ଦରୀ ଆକାଉଣ୍ଟକୁ ପଠାଇଦେଇଛନ୍ତି । ଶେଷରେ ଜଣେ ବନ୍ଧୁଙ୍କ ପରାମର୍ଶ ନେଇ ଦିଲ୍ଲୀପ ଗୁରୁବାର ସାଇବର ଥାନାର ଦ୍ୱାରସ୍ଥ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking