29.1 C
Bhubaneswar
Tuesday, November 26, 2024
Homeଦେଶ ବିଦେଶପଶ୍ଚିମବଙ୍ଗରେ ଇଡି ରେଡ୍‌: ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଘରୁ ୨୦ କୋଟି ଜବତ

ପଶ୍ଚିମବଙ୍ଗରେ ଇଡି ରେଡ୍‌: ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଘରୁ ୨୦ କୋଟି ଜବତ

କୋଲ୍‌କାତା : ଶିକ୍ଷକ ନିଯୁକ୍ତ ଘୋଟାଲା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପଶ୍ଚିମବଙ୍ଗ ସରକାରରେ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ନିକଟ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରେ ଶୁକ୍ରବାର ରେଡ୍ କରିଛି । ଏହି ରେଡ୍ ବେଳେ ଇଡି ଅର୍ପିତାଙ୍କ ଘରୁ ନଗଦ ୨୦ କୋଟି ଟଙ୍କା ଜବତ କରିଛି । ୫୦୦ ଏବଂ ୨୦୦୦ ଟଙ୍କିଆ ଏହି ନୋଟ୍ ଗଣିବା ପାଇଁ ଇଡି ଅଧିକାରୀ କାଉଣ୍ଟିଂ ମେସିନ୍‌ର ସହାୟତା ନେଇଥିଲେ। ଏହି ଅର୍ଥ ଏସ୍‌ଏସ୍‌ସି ଘୋଟାଲାରେ ଅର୍ଜନ କରାଯାଇଥିବା ଇଡି ସନ୍ଦେହ କରିଛି ।

ଏହି ସହିତ ଅର୍ପିତାଙ୍କ ଘରୁ ୨୦ରୁ ଅଧିକ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରାଯାଇଛି । ପଶ୍ଚିମବଙ୍ଗ ସ୍କୁଲ୍ ସେବା ଆୟୋଗ (ଏସଏସ୍‌ସି) ଏବଂ ପଶ୍ଚିମବଙ୍ଗ ପ୍ରାଥମିକ ଶିକ୍ଷା ବୋର୍ଡ ନିଯୁକ୍ତି ଘୋଟାଲା ସମ୍ପର୍କିତ ମାମଲାରେ ରାଜ୍ୟର ବିଭିନ୍ନ ସ୍ଥାନରେ ରେଡ୍ ମଧ୍ୟ କରିଛି । ମନ୍ତ୍ରୀ ଚାଟାର୍ଜୀଙ୍କ ସମେତ ଶିକ୍ଷା ରାଜ୍ୟମନ୍ତ୍ରୀ ପରେଶ ସି ଅଧିକାରୀ ଏବଂ ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟଙ୍କ ଘରେ ମଧ୍ୟ ରେଡ୍ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking