27.1 C
Bhubaneswar
Tuesday, November 26, 2024
Homeଦେଶ ବିଦେଶଅଗ୍ନିପଥ ଯୋଜନା ବିରୋଧୀ ଆନ୍ଦୋଳନରେ ରେଳବାଇର ୨୫୯.୪୪ କୋଟି କ୍ଷତି

ଅଗ୍ନିପଥ ଯୋଜନା ବିରୋଧୀ ଆନ୍ଦୋଳନରେ ରେଳବାଇର ୨୫୯.୪୪ କୋଟି କ୍ଷତି

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାର ବିରୋଧରେ ସାରା ଦେଶରେ ହୋଇଥିବା ଆନ୍ଦୋଳନରେ ରେଳବାଇର ୨୫୯.୪୪ କୋଟି ଟଙ୍କା କ୍ଷତି ହୋଇଛି । ଶୁକ୍ରବାର ରାଜ୍ୟସଭାରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି । ଆନ୍ଦୋଳନ ଅବସରରେ କେତେକ ସ୍ଥାନରେ ରେଳବାଇ ସମ୍ପତ୍ତିରେ ନିଆଁ ଲଗାଇ ଦେଇଥିବା ବେଳେ କେତେକ ରାଜ୍ୟରେ ଟ୍ରେନ୍‌କୁ ମଧ୍ୟ ଆନ୍ଦୋଳନକାରୀ ଜାଳି ଦେଇଥିଲେ । ଏହା କେବଳ ରେଳବାଇ ସମ୍ପତ୍ତି ନଷ୍ଟ ଯୋଗୁଁ ହୋଇଥିବା କ୍ଷତିର ତଥ୍ୟ । ଏହି ଆନ୍ଦୋଳନ କାରଣରୁ କେତେକ ଟ୍ରେନ୍ (ପାସେଞ୍ଜର୍ ଓ ମାଲବାହୀ) ଚଳାଚଳ ରଦ୍ଦ ହୋଇଥିବାରୁ ରେଳବାଇକୁ ବହୁତ କ୍ଷତି ସହିବାକୁ ପଡ଼ିଛି ବୋଲି ମନ୍ତ୍ରୀ କହିଥିଲେ । ବୈଷ୍ଣବ କହିଛନ୍ତି, ଜୁନ୍ ୧୪ରୁ ୨୨ ମଧ୍ୟରେ ଟ୍ରେନ୍ ଚଳାଚଳ ବନ୍ଦ ହେବା କାରଣରୁ ମୋଟ ୧୦୨.୯୬ କୋଟି ଟଙ୍କା ଟିକେଟ୍ ଭଡ଼ା ବାବଦରେ ଫେରାଇବାକୁ ପଡ଼ିଥିଲା । ଏହି ସମୟ ମଧ୍ୟରେ ଅଗ୍ନିପଥ ଯୋଜନା ବିରୋଧରେ ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking