ମୁମ୍ବାଇ : ଭାରତୀୟ ଶେୟାର୍ ବଜାର ସପ୍ତାହର ଅନ୍ତିମ ବ୍ୟବସାୟ ଦିନ ଶୁକ୍ରବାର ବୃଦ୍ଧିର ସହ ବନ୍ଦ ହୋଇଛି । ସେନେ୍ସେକ୍ସ ୩୯୦.୨୮ ପଏଣ୍ଟ୍ ଅର୍ଥାତ୍ ୦.୭୦% ଉପରେ ୫୬,୦୭୨ରେ ଏବଂ ନିଫ୍ଟି ୧୧୪.୦୨ ପଏଣ୍ଟ୍ (୦.୬୯%) ବୃଦ୍ଧି ପାଇ ୧୬,୭୧୯.୫୦ରେ ବନ୍ଦ ହୋଇଛି । ଅଲ୍ଟ୍ରାଟେକ୍ ସିମେଣ୍ଟ୍, ଗ୍ରାସୀମ ଇଣ୍ଡଷ୍ଟ୍ରିଜ୍, ୟୁପିଏଲ୍, ଏଚ୍ଡିଏଫ୍ସି ଏବଂ ଏଚ୍ଡିଏଫ୍ସି ବ୍ୟାଙ୍କ ନିଫ୍ଟିରେ ସବୁଠୁ ଉପରେ ବନ୍ଦ ହୋଇଥିବା ଶେୟାର୍ । ସେହିପରି ଟାଟା କନ୍ଜ୍ୟୁମର୍ ପ୍ରଡକ୍ଟସ୍, ଇନ୍ଫୋସିସ୍, ଏନ୍ଟିପିସି, ପାୱାର୍ ଗ୍ରୀଡ୍ କର୍ପୋରେସନ୍ ଏବଂ ଜେସ୍ଡବ୍ଲ୍ୟୁ ଷ୍ଟିଲ୍ ଶେୟାର୍ରେ କ୍ଷତି ଘଟିଛି । ବ୍ୟାଙ୍କ୍ ଇଣ୍ଡେକ୍ସରେ ୧% ବୃଦ୍ଧି ଘଟିଥିବା ବେଳେ ବିଦ୍ୟୁତ୍ ଏବଂ ଆଇଟି ଇଣ୍ଡେକ୍ସରେ ୦.୫-୧% କ୍ଷତି ଘଟିଛି । ବିଏସ୍ସିର ମିଡ୍କ୍ୟାପ୍ ଇଣ୍ଡେକ୍ସରେ ହ୍ରାସ ଘଟିଥିବା ବେଳେ ସ୍ମଲ୍କ୍ୟାପ୍ ଇଣ୍ଡେକ୍ସ ସାମାନ୍ୟ ବୃଦ୍ଧି ସହ ବନ୍ଦ ହୋଇଛି ।