କଲମ୍ବୋ : ଅସ୍ଥିର ଶ୍ରୀଲଙ୍କାର ରାଷ୍ଟ୍ରପତି ଭାବେ ଶପଥ ନେଲେ ରାନିଲ ବିକ୍ରମସିଂଘେ । କହିଲେ, ଦେଶ କଠିନ ପରିସ୍ଥିତିକୁ ସାମ୍ନା କରୁଛି । ବିଗିଡ଼ିଥିବା ଅର୍ଥନୀତିରେ ସୁଧାରକୁ ଦେବେ ପ୍ରାଥମିକତା । ରାନିଲ ବିକ୍ରମସିଂଘେ ୧୩୪ଟି ଭୋଟ୍ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଦୁଲ୍ଲାସ ଆହ୍ଲାପେରୁମାଙ୍କୁ ୮୨ଟି ଭୋଟ୍ ମିଳିଛି । ୧୯୭୦ ମସିହାରେ ରାଜନୀତିରେ ପାଦ ଦେଇଥିଲେ ବିକ୍ରମସିଂଘେ । ୟୁନାଇଟେଡ ନ୍ୟାସନାଲ ପାର୍ଟିର ମୁଖ୍ୟ ଥିଲେ । ନିଜ ଦଳର ଜଣେ ମାତ୍ର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୧୯୭୭ ରେ ବିକ୍ରମସିଂଘେ ପ୍ରଥମ ଥର ପାଇଁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ରାନିଲ ବିକ୍ରମସିଂଘେ ଜଣେ ଆଇନଜୀବୀ ଏବଂ ସେ ରେକର୍ଡ ୬ଥର ପାଇଁ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରହିଛନ୍ତି । ବିକ୍ରମସିଂଘେଙ୍କ ପ୍ରାର୍ଥିତ୍ୱକୁ ଜନସାଧାରଣ ବିରୋଧ କରିଥିଲେ ସୁଦ୍ଧା ରାନିଲ ଗତକାଲି ସଂସଦୀୟ ଭୋଟ୍ରେ ଜିତିଛନ୍ତି ।