ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଫିସରେ ସୋନିଆ ଗାନ୍ଧି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଇଡି ଅଫିସରେ ପହଁଚିଲେ । ନ୍ୟାସନାଲ ହେରାଲ୍ଡ ମାମଲାରେ ନୋଟିସ କରିଥିଲା ଇଡି । ପୂର୍ବରୁ ରାହୁଲ ଗାନ୍ଧି ଇଡିରେ ହାଜର ହୋଇଥିଲେ । ନ୍ୟାସନାଲ ହେରାଲ୍ଡ ମାମଲାରେ ଫଶିଥିବା ଗାନ୍ଧି ପରିବାର ପାଇଁ ମୁସ୍କିଲ ବଢିବାରେ ଲାଗିଛି । ପ୍ରଥମେ ରାହୁଲ ଗାନ୍ଧି ଏବଂ ସୋନିଆ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହାଜର ହେବାକୁ ନୋଟିସ କରିଥିଲା । ରାହୁଲ ଗାନ୍ଧି ୫ ଦିନ ଧରି ଇଡି କାର୍ୟ୍ୟାଳୟରେ ହାଜର ହୋଇ ପକ୍ଷ ରଖିଥିବା ବେଳେ ଅସୁସ୍ଥତା କାରଣରୁ ହାଜର ହୋଇନଥିଲେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି । ଆଜି ଇଡି ଅଫିସରେ ହାଜର ହୋଇଛନ୍ତି । ସୋନିଆ ଗାନ୍ଧିଙ୍କୁ ହାଜର ହେବାକୁ ନେଇ ଦେଶବ୍ୟାପୀ ତୀବ୍ର ବିରୋଧ କରୁଛି କଂଗ୍ରେସ । ଆଜି ଦେଶବ୍ୟାପୀ ଧାରଣା ଦେଉଛି କଂଗ୍ରେସ । ଦଳୀୟ ମୁଖପାତ୍ର ଜୟରାମ ରେମଶ କହିଛନ୍ତି, ‘ଗଣମାଧ୍ୟମ ପ୍ରତିନିଧିଙ୍କୁ କଂଗ୍ରେସ ମୁଖ୍ୟାଳୟରେ ପ୍ରବେଶ କରିବାକୁ ଅନୁମତି ଦେଉନାହିଁ ପୋଲିସ । ଦିଲ୍ଲୀ ପୋଲିସ ଶାସକ ଦଳ ପ୍ରତି ଅହେତୁକ ଅନୁକମ୍ପା ଦେଖାଉଛି । ଏହା ମୋଦି ସରକାରଙ୍କ ମାନସିକତାକୁ ଦର୍ଶାଉଛି’।