ଭୁବନେଶ୍ୱର : ବିଧାନସଭାରେ ଉଠିଲା ମଧ୍ୟାହ୍ନ ଭୋଜନ ଦୁର୍ନୀତି ପ୍ରସଙ୍ଗ । ପ୍ରସଙ୍ଗ ଉଠାଇଲେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ପ୍ରସଙ୍ଗ ଉଠାଇଲେ । ଜୟପୁର କଂଗ୍ରେସ ବିଧାୟକ ତାରା ବାହିନୀପତି ବି ପ୍ରସଙ୍ଗ ଉଠାଇଲେ । ଜୟପୁରର ବିଭିନ୍ନ ସ୍କୁଲରେ ଦୁର୍ନୀତି ଅଭିଯୋଗ ହୋଇଥିଲା । ଏମଡିଏମ ଚାଉଳ ଓଜନ କମ ରହୁଥିବା ଅଭିଯୋଗ ହୋଇଥିଲା । ମଧ୍ୟାହ୍ନ ଭୋଜନ ଚାଉଳ ଓଜନ କମ ରହୁଥିବା କହିଲେ ତାରା । ପ୍ରତି ବସ୍ତ।ରେ ୨-୩ କେଜି କମ ରହୁଥିଲା । ଠିକାଦାର ମାନେ ବର୍ଷ ବର୍ଷ ଧରି ଏଭଳି ଦୁର୍ନୀତି କରୁଥିବା ନେଇ କହିଛନ୍ତି ତାରା । କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେବାକୁ ବିଭାଗୀୟ ମନ୍ତ୍ରୀଙ୍କୁ ତାରା ବାହିନୀପତିଙ୍କ ନିବେଦନ ।