28.1 C
Bhubaneswar
Sunday, October 6, 2024
Homeକରୋନାଦେଶରେ ଦିନକରେ ଆଉ ୨୦ହଜାର ୪୪ ସଂକ୍ରମିତ ଚିହ୍ନଟ

ଦେଶରେ ଦିନକରେ ଆଉ ୨୦ହଜାର ୪୪ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ମଧ୍ୟ କରୋନା ସଂକ୍ରମଣ ପୁଣି ବଢିବାରେ ଲାଗିଛି । ଦିନକରେ ଆଉ ୨୦ହଜାର ୪୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥି ସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ କୋଟି ୩୭ ଲକ୍ଷ ୩୦ ହଜାର ୭୧କୁ ବୃଦ୍ଧି ପାଇଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୧୮,୩୦୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ଦେଶରେ ମୋଟ ଆରୋଗ୍ୟ ସଂଖ୍ୟା ୪ କୋଟି ୩୦ ଲକ୍ଷ ୬୩ ହଜାର ୬୫୧ରେ ପହଞ୍ଚିଛି । ଦେଶରେ କରୋନା ଆରୋଗ୍ୟ ହାର ୯୮.୪୮% ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସହ ଦେଶରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୫ହଜାର ୬୬୦ରେ ପହଞ୍ଚିଛି। ଦେଶରେ ଚିକିତ୍ସାଧୀନ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୪୦ହଜାର ୭୬୦କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ସକ୍ରିୟ ଆକ୍ରାନ୍ତ ହାର ୦.୩୨ % ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking