20.1 C
Bhubaneswar
Sunday, November 17, 2024
Homeଓଡିଶାମଦ୍ରାସା ବୋର୍ଡ ପରୀକ୍ଷା ଫଳ, ୯୨.୪୭ ପ୍ରତିଶତ ପାସ୍‌

ମଦ୍ରାସା ବୋର୍ଡ ପରୀକ୍ଷା ଫଳ, ୯୨.୪୭ ପ୍ରତିଶତ ପାସ୍‌

ଭୁବନେଶ୍ୱର: ଆଜି ଓଡ଼ିଶା ରାଜ୍ୟ ମଦ୍ରାସା ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମୌଲବୀ, ମାହିର, ଆଲିମ୍ ଓ ଫାଜିଲର ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ମଦ୍ରାସା ବୋର୍ଡରେ ସର୍ବମୋଟ ପାସ୍ ହାର ୯୨.୪୭ ପ୍ରତିଶତ ରହିଛି । ସେଥିରୁ ମୌଲବୀ (ଏଚ୍‌ଏସ୍‌ସି)ରେ ୨୯୩ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବାବେଳେ ୨୩୯ ଜଣ କୃତକାର୍ଯ୍ୟ ହୋଇଛନ୍ତି । ସେହିପରି ମାହିର (ଯୁକ୍ତ-୨)ରେ ୨୫୮ ଜଣଙ୍କ ମଧ୍ୟରୁ ୨୩୩ ଜଣ, ଆଲିମ୍ ପ୍ରି-ଡିଗ୍ରୀ (ଯୁକ୍ତ-୩)ରେ ୧୧୫ ଜଣଙ୍କ ମଧ୍ୟରୁ ୧୧୧ ଜଣ, ଆଲିମ୍ ଫାଇନାଲ୍‌-ଡିଗ୍ରୀ(ଯୁକ୍ତ-୩)ରେ ସମସ୍ତ ୧୦୪ ଜଣ ପରୀକ୍ଷାର୍ଥୀ, ଫାଜିଲ୍‌-ଏ ଉର୍ଦ୍ଦୁ (ପିଜି)ରେ ସମସ୍ତ ୭୦ ଜଣ ଏବଂ ଫାଜିଲ୍‌-ଏ-ହଦିଦ୍ (ପିଜି)ରେ ସମସ୍ତ ୩୨ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି ।

ଚଳିତ ବର୍ଷ ମୌଲବୀରେ ୮୧.୫୭%, ମାହିରରେ ୯୦.୩୧%, ଆଲିମ୍ ପ୍ରି-ଡିଗ୍ରିରେ ୯୬.୫୨% ଏବଂ ଆଲିମ୍ ଫାଇନାଲ୍‌-ଡିଗ୍ରୀ, ଫାଜିଲ୍‌-ଏ ଊର୍ଦ୍ଦୁ ଓ ଫାଜିଲ୍‌-ଏ-ହଦିଦରେ ଶତ ପ୍ରତିଶତ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ତେବେ ଟପ୍ପର ତାଲିକାରେ ମୌଲବୀ ପରୀକ୍ଷାରେ କେନ୍ଦୁଝରର ମହମ୍ମଦ ଇନାମୁର ରହମାନ୍ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ମାହିରରେ ଜଗତସିଂହପୁରର ତଜମୁନ୍ ବିବି, ଆଲିମ୍ ପ୍ରି-ଡିଗ୍ରୀରେ କେନ୍ଦୁଝରର ମହମ୍ମଦ ସାଲିକ୍ ଅସ୍‌ଗର, ଆଲିମ୍ ଫାଇନାଲ୍‌-ଡିଗ୍ରୀରେ ଖୋର୍ଦ୍ଧାର ମହମ୍ମଦ୍ ତୋସିଫ୍ ରାଜା, ଫାଜିଲ୍‌-ଏ-ଉର୍ଦ୍ଦୁରେ ଯାଜପୁରର ଏସ୍‌କେ ଅମଜଦ୍ ଅଲ୍ଲୀ ଏବଂ ଫାଜିଲ୍‌-ଏ-ହଦିଦ୍‌ରେ କଟକର ମିର୍ ମେହଫୁଜ୍ ଅଲ୍ଲୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking