19.1 C
Bhubaneswar
Monday, November 18, 2024
Homeଦେଶ ବିଦେଶକନିଷ୍କ’ ବିସ୍ଫୋରଣର ଅଭିଯୁକ୍ତ ଶିଖ୍ ନେତାଙ୍କୁ ହତ୍ୟା

କନିଷ୍କ’ ବିସ୍ଫୋରଣର ଅଭିଯୁକ୍ତ ଶିଖ୍ ନେତାଙ୍କୁ ହତ୍ୟା

ଓଟାୱା : ୧୯୮୫ ଏୟାର୍ ଇଣ୍ଡିଆ ବିମାନ ‘କନିଷ୍କ’ ବିସ୍ଫୋରଣ ଅଭିଯୋଗରୁ ଖଲାସ ହୋଇଥିବା ଶିଖ୍ ନେତା ରିପୁଦମନ ସିଂହ ମଲିକଙ୍କୁ ଗୁରୁବାର ବିଳମ୍ବିତ ରାତିରେ କାନାଡାର ବାଙ୍କୋଭର ଗୁଳିକରି ହତ୍ୟା କରାଯାଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ତାଙ୍କ ଘର ନିକଟରେ ତିନିଟି ଫାୟାରିଂ ଶବ୍ଦ ଶୁଣାଯାଇଥିଲା । ବହୁ ନିକଟରୁ ତାଙ୍କୁ ଗୁଳି କରାଯାଇଥିଲା ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ରିପୁଦମନଙ୍କ ବିରୋଧରେ କନିଷ୍କକୁ ହାଇଜାକ୍ କରି ବିସ୍ଫୋରଣରେ ଉଡ଼ାଇ ଦେଇଥିବା ଅଭିଯୋଗ ହୋଇଥିଲା । ଅବଶ୍ୟ ପରେ ସେ ଏହି ଅଭିଯୋଗରୁ ଖଲାସ ହୋଇଥିଲେ । ରିପୁଦମନଙ୍କୁ ହତ୍ୟା କରିବାର କାରଣ ଜଣାପଡ଼ି ନାହିଁ ।

ତେବେ ଆକ୍ରମଣକାରୀ କାର୍‌ରେ ଆସିବା ସହ ତାଙ୍କ ନିକଟକୁ ବାଇକ୍‌ରେ ଯାଇ ଗୁଳି କରିଥିବା ପୁଲିସ ପକ୍ଷରୁ କୁହାଯାଇଛି । ପରେ ପ୍ରମାଣ ନଷ୍ଟ କରିବା ସକାଶେ ଆକ୍ରମଣକାରୀ କାର୍‌ରେ ନିଆଁ ଲଗାଇ ଦେଇଥିଲେ । ଏହାର ଏକ ଭିଡିଓ ଫୁଟେଜ୍ ସାମ୍ନାକୁ ଆସିଛି । ଏହି କାର୍ ହତ୍ୟା କରାଯାଇଥିବା ସ୍ଥାନଠାରୁ କିଛି ଦୂରରେ ଜଳୁଥିବା ଏଥିରୁ ଦେଖିବାକୁ ମିଳିଛି । ରିପୁଦମନ କାର୍‌ରେ ଅଫିସ୍‌ରୁ ଘରକୁ ଯାଉଥିବା ବେଳେ ତାଙ୍କୁ ଆକ୍ରମଣ କରାଯାଇଥିବା ତାଙ୍କ ପରିବାର ସଦସ୍ୟ କହିଛନ୍ତି । ରିପୁଦମନ ପ୍ରଥମେ ଖଲିସ୍ତାନ ମୁଭ୍‌ମେଣ୍ଟର ସମର୍ଥକ ଥିଲେ । ମାତ୍ର ପରେ ତାଙ୍କ ବିଚାରଧାରା ବଦଳି ଯାଇଥିଲା । ଶେଷ ସମୟ ପର୍ଯ୍ୟନ୍ତ ସେ ଶିଖ୍ ସମୁଦାୟର ଲୋକଙ୍କୁ ବିଚ୍ଛିନ୍ନତାବାଦୀଙ୍କ ଠାରୁ ଦୂରେଇ ରହିବା ପାଇଁ ପ୍ରେରିତ କରିଆସୁଥିଲେ ।

ଚଳିତ ବର୍ଷ ଜାନୁଆରୀରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିଥିଲେ । ଏହା ସହିତ ଶିଖ୍ ସମୁଦାୟ ପାଇଁ ନିଆଯାଇଥିବା ପଦକ୍ଷେପ ପାଇଁ ମୋଦୀ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ । ମୋଦୀଙ୍କୁ ପ୍ରଶଂସା କରିବା ଯୋଗୁଁ ରିପୁଦମନଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି । ରିପୁଦମନ ୧୯୭୨ରେ କାନାଡା ଯାଇ ସେଠାରେ ଜଣେ କ୍ୟାବ୍ ଡ୍ରାଇଭର୍ ଭାବେ କ୍ୟାରିୟର୍ ଆରମ୍ଭ କରିଥିଲେ । ପରେ  ଜଣେ ସଫଳ ବିଜିନେସ୍‌ମ୍ୟାନ୍ ହୋଇଥିଲେ । ୧୧୦ ମିଲିୟନ୍ ଡଲାରରୁ ଅଧିକ ସମ୍ପତ୍ତି ଥିବା ଖାଲ୍‌ସା କ୍ରେଡିଟ୍ ୟୁନିୟନ୍ (କେସିୟୁ)ର ସେ ଅଧ୍ୟକ୍ଷ ଥିଲେ । କାନାଡାର ସତ୍‌ନାମ୍ ଏଜୁକେସନ୍ ସୋସାଇଟିର ଅଧ୍ୟକ୍ଷ ଥିôବା ରିପୁଦମନ ଖାଲ୍‌ସା ସ୍କୁଲ ଚଳାଉଥିଲେ । ତାଙ୍କ ସ୍କୁଲ୍‌ରେ କାନାଡା ପାଠ୍ୟକ୍ରମ ବ୍ୟତୀତ ପଞ୍ଜାବୀ ଭାଷା ଏବଂ ଶିଖ୍ ଇତିହାସ ମଧ୍ୟ ପଢ଼ାଯାଉଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking