ନୂଆଦିଲ୍ଲୀ : ଶୁକ୍ରବାର ଦିଲ୍ଲୀରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି । ଅଲୀପୁର ଅଞ୍ଚଳରେ ଏକ ନିର୍ମାଣଧୀନ ଗୋଦାମର କାନ୍ଥ ହଠାତ ପଡିଯିବା ଯୋଗୁଁ ୫ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ମିଳିବା ପରେ ପୋଲିସ ଏବଂ ଅଗ୍ନିଶମ ବାହିନୀର କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛି । ଅନେକ ଶ୍ରମିକ ଫସି ରହିଥିବା ଜଣାପଡିଛି । ଦିଲ୍ଲୀ ପୋଲିସର ସୂଚନା ଅନୁସାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
୧୪ ଜଣଙ୍କୁ ଉଦ୍ଧାର କରାଯାଇଛି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୫ ଜଣଙ୍କର ମୃତ୍ୟୁ ହୋଇଛି । ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସୂଚନା ଅନୁସାରେ ଘଟଣାସ୍ଥଳରେ ୨୫ରୁ ଅଧିକ ଶ୍ରମିକ କାମ କରୁଥିଲେ । ଦିଲ୍ଲୀ ପୋଲିସ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଘଟଣା ଉପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ କରି ଶୋକ ବ୍ୟକ୍ତ କରିଛନ୍ତି ।