ରାୟଗଡ଼ା : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଝାଡ଼ାବାନ୍ତି ପରିସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଗୁରୁବାର ରାତିରେ ଟିକିରି ଝଡ଼ିଆ ସାହିରେ ୩ ଜଣଙ୍କ ମୃତ୍ୟୁ ପରେ ଭୟର ବାତାବରଣ ଖେଳି ଯାଇଛି। ଗୁରୁବାର ରାତିରେ ମୃତ୍ୟୁ ହୋଇଥିବା ଆକ୍ରାନ୍ତ ହେଲେ ଟିକିରି ଝୋଡ଼ିଆ ସାହିର ସରୋଜନୀ ଝୋଡିଆ (୨୫), ରଜନୀ ଝୋଡ଼ିଆ(୧୨) ଓ ଅଞ୍ଜ ଝୋଡିଆ (୨୨)।
ଗତ ସପ୍ତାହ ମଧ୍ୟରେ ବ୍ଲକରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୬ ଜଣଙ୍କ ଜୀବନ ଗଲାଣି। ୨୦ରୁ ଉର୍ଦ୍ଧ୍ବ କାଶୀପୁର, ଟିକିରି ସମେତ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ଡାକ୍ତରୀ ଟିମ ଗାଁରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି।