29.1 C
Bhubaneswar
Saturday, October 5, 2024
Homeଅପରାଧଯୌତୁକ ପାଇଁ ନବବଧୂ ହତ୍ୟା ଅଭିଯୋଗ, ସ୍ୱାମୀ ଅଟକ

ଯୌତୁକ ପାଇଁ ନବବଧୂ ହତ୍ୟା ଅଭିଯୋଗ, ସ୍ୱାମୀ ଅଟକ

ଭଦ୍ରକ : ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ରାଜନଗର ପଞ୍ଚାୟତ ବାହାରପାଳ ଗ୍ରାମର ସୁପ୍ରିୟା ପାଢ଼ୀ ନାମ୍ନୀ ଜଣେ ନବବଧୂଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ପୁଲିସ ଅଭିଯୋଗ ପାଇବା ପରେ ଏକ ମାମଲା ରୁଜୁକରି ସ୍ୱାମୀ ପ୍ରତାପ ପାଢ଼ୀକୁ ଅଟକରଖି ତଦନ୍ତ ଚଳାଇଥିବା ବେଳେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ତିହିଡ଼ି ଥାନା ଅଧୀନ ଶଙ୍ଖିଡ଼ା ଗ୍ରାମର ବୁଦ୍ଧିରାମ ପାଢ଼ୀଙ୍କ ଅଭିଯୋଗରୁ ପ୍ରକାଶ ଯେ, ତାଙ୍କ ଝିଅ ସୁପ୍ରିୟା ଗତ ଫେବୃଆରୀ ୬ତାରିଖ ୨୦୨୨ ମସିହାରେ ବାହାରପାଳ ଗ୍ରାମର ପ୍ରଫୁଲ୍ଲ ପାଢ଼ୀଙ୍କ ପୁଅ ପ୍ରତାପ ପାଢ଼ୀଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବିବାହ ସମୟରେ ବରପକ୍ଷଙ୍କ ଦାବି ମୁତାବକ ଜାନି ଯୌତୁକ ଦିଆଯାଇଥିଲା । ବିବାହ ପରଠାରୁ ସୁପ୍ରିୟାଙ୍କୁ ଶ୍ୱଶୁର ଘର ଲୋକ ମିଳିମିଶି ହଇରାଣ ହରକତ କରିବା ସଂଗେ ସଂଗେ ମାଡ଼ ମାରୁଥିଲେ । ଖବର ପାଇବା ପରେ ସୁପ୍ରିୟାଙ୍କ ବାପା ବୁଦ୍ଧିରାମ ଝିଅ ଘରକୁ ଯାଇ ବୁଝାସୁଝା କରିଆସିଥିଲେ । ତାଙ୍କ ଝିଅ ବ୍ୟବହାର କରୁଥିବା ମୋବାଇଲକୁ ୨ମାସ ତଳେ ଶ୍ୱଶୁରଘର ଲୋକ ପିଟି ଭାଙ୍ଗି ଦେଇଥିଲେ । ସୋମବାର ଶ୍ୱଶୁର ଘର ପକ୍ଷରୁ ସୁପ୍ରିୟା ଘରେ କବାଟ କିଳିଦେଇ ରହିଥିବା ଫୋନ୍ କରି ଜଣାଇଥିଲେ । ପରେ କବାଟ ଭାଙ୍ଗି ଦେଖିବା ପରେ ସୁପ୍ରିୟାର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ । ଶ୍ୱଶୁରଘର ଲୋକ ସୁପ୍ରିୟାକୁ ମିଳିମିଶି ମାରି ଫ୍ୟାନ୍‌ରେ ଟାଙ୍ଗି ଦେଇଥିବା ବୁଦ୍ଧିରା ପୀରହାଟ ଥାନାରେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking