29.1 C
Bhubaneswar
Saturday, October 5, 2024
Homeଅପରାଧଦୁଷ୍କର୍ମକାରୀକୁ ୨୦ବର୍ଷ ଜେଲ୍‌ଦଣ୍ଡ

ଦୁଷ୍କର୍ମକାରୀକୁ ୨୦ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର: ଜଣେ ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣିକରି ସୋମବାର କେନ୍ଦୁଝର ଅତିରିକ୍ତ ଜିଲ୍ଲା ଓ ସ୍ୱତନ୍ତ୍ର ଜଜ ଶୁଭଶ୍ରୀ ତ୍ରିପାଠୀ ଅଭିଯୁକ୍ତକୁ ୨୦ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି । ଏଥିସହ ୫୩ହଜାର ଟଙ୍କା ଜୋରିମାନା ଆଦେଶ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ଦେଢ଼ବର୍ଷ ଜେଲ୍‌ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ କରିଛନ୍ତି । ମାମଲାରେ ପୂର୍ବରୁ ଦୁଇଜଣଙ୍କୁ ୨୦ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିଲା । ସୂଚନାଯୋଗ୍ୟ ଯେ, ଗତ ୨୦୧୭ ମସିହା ଅପ୍ରେଲ ୧୯ ତାରିଖରେ ଘଟଗାଁ ଥାନା ଅଞ୍ଚଳର ନାବାଳିକା ଜଣଙ୍କ ପାଲା ଦେଖିବାକୁ ଯାଇଥିବା ବେଳେ ତାଙ୍କୁ ଉଠାଇନେଇ ଅନ୍ୟ ଦୁଇଜଣଙ୍କ ସହିତ ଅଭିଯୁକ୍ତ ଦୁଷ୍କର୍ମ କରିଥିଲା । ପରେ ଏହି ଘଟଣା ବିଷୟରେ କାହାରିକୁ ନ କହିବା ପାଇଁ ଧମକ ଚମକ କରି ନାବାଳିକାକୁ ଛାଡି ଦେଇଥିଲା । ଏହି ଘଟଣା ସଂପର୍କରେ ପରିବାର ଲୋକ ଜାଣିବା ପରେ ଘଟଗାଁ ଥାନାରେ ଏକ ଏତଲା ଦେଇଥିଲେ । ପୁଲିସ ମାମଲା ରୁଜୁକରି ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିବା ବେଳେ ସେ ସମୟରେ ଏହି ୧୭ବର୍ଷ ବୟସ ନାବାଳକଙ୍କୁ ଜୁଭେନାଇଲ କୋର୍ଟରେ ହାଜର କରାଯାଇଥିଲା । ୨୨ଜଣ ସାକ୍ଷୀ ଓ ପୁଲିସ ତଦନ୍ତ ରିପୋର୍ଟକୁ ଭିତ୍ତିକରି କେନ୍ଦୁଝର ଅତିରିକ୍ତ ଜିଲ୍ଲା ଓ ସ୍ୱତନ୍ତ୍ର ଜଜ ଶୁଭଶ୍ରୀ ତ୍ରିପାଠୀ ଏହି ରାୟ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ଏହି ମାମଲାକୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଗଣେଷ ପ୍ରସାଦ ମହାପାତ୍ର ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking