21.1 C
Bhubaneswar
Sunday, November 24, 2024
Homeଓଡିଶାଦଶମ ପାଠ୍ୟକ୍ରମରେ ସାମିଲ ହେବ କରୋନା ବିଷୟବସ୍ତୁ

ଦଶମ ପାଠ୍ୟକ୍ରମରେ ସାମିଲ ହେବ କରୋନା ବିଷୟବସ୍ତୁ

ଭୁବନେଶ୍ୱର: ଦଶମ ପାଠ୍ୟକ୍ରମରେ ସାମିଲ ହେବ କରୋନା ବିଷୟବସ୍ତୁ । ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ସ୍କୁଲ କୋର୍ସ ପାଟର୍ଣ୍ଣ ଦିଆସରିଛି । ଏଥର ୧୦୦ ମାର୍କ ପରୀକ୍ଷା ହେବ । ଯେମିତି ସମେଟିଭ ୧ ଓ ୨ ହେଉଥିଲା, ସେହି ଅନୁସାରେ ପରୀକ୍ଷା କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି । ଜୀବ ବିଜ୍ଞାନ ବହିରେ ପୂର୍ବରୁ ୧୦ଟି ବିଷୟ ରହିଥିଲା ହେଲେ ଏବେ ବିଶ୍ୱ ମହାମାରୀ କୋଭିଡ୍ ୧୯ ଓ ତାହାର ପରିଚାଳନା ନାମକ ଏକ ନୂତନ ବିଷୟ ସାମିଲ କରାଯାଇଛି ।

ଫଳରେ ଜୀବ ବିଜ୍ଞାନରେ ମୋଟ ଅଧ୍ୟାୟ ସଂଖ୍ୟା ୧୧ ହୋଇଛି । ସେହିପରି ଭୂଗୋଳରେ ମଧ୍ୟ ଆଉ ଏକ ନୂତନ ଅଧ୍ୟାୟ ଯୋଡା ଯାଇଥିବା ବେଳେ ଜଳବାୟୁ ଜନିତ ବିପତ୍ତି ଏବଂ ପରିଚାଳନା ଜନିତ ଏକ ନୂତନ ଅଧ୍ୟାୟ ଯୋଡା ହୋଇଛି । ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ସତର୍କ ରହିବାକୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କୁ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking