19.1 C
Bhubaneswar
Friday, November 22, 2024
Homeଦେଶ ବିଦେଶକଳା ରଙ୍ଗର ବର ପସନ୍ଦ ଆସିଲାନି, ବାହାଘର ଅଧାରୁ ଉଠିଆସିଲା କନ୍ୟା

କଳା ରଙ୍ଗର ବର ପସନ୍ଦ ଆସିଲାନି, ବାହାଘର ଅଧାରୁ ଉଠିଆସିଲା କନ୍ୟା

ନୂଆଦିଲ୍ଲୀ ; ଦୁଇ ଫେରା ନେଇ ସାରିଥିଲେ । କିନ୍ତୁ ହଠାତ ବାହା ହେବାକୁ ମନା କଲା କନିଆଁ । ସମସ୍ତେ ହୋଇଗଲେ ତାଜୁବ । ଉପସ୍ଥିତି ଅତିଥି ବି ପରସ୍ପରର ମୁହଁକୁ ଅନାଇଲେ । ସିଧାସିଧା ବାହା ହେବନି ବୋଲି ମନା କରିଦେଲା କନିଆଁ । ଏପରି ଅଭାବନୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶର ଇଟବା ଜିଲ୍ଲାରେ ।ସୂଚନାନୁସାରେ, ଇଟବା ମରଥନା ଅଞ୍ଚଳର ରବି ଯାଦବ ନାମକ ଜଣେ ଯୁବକଙ୍କ ବିବାହ ନୀତା ଯାଦବଙ୍କ ସହ ସ୍ଥିର ହୋଇଥିଲା । ବାହାଘର ପାଇଁ ରବି ବରଯାତ୍ରୀ ଧରି ନୀତାଙ୍କ ଘରକୁ ଆସିଥିଲେ । ବେଦିରେ ବିବାହକାର‌୍ୟ୍ୟ ଆରମ୍ଭ ହୋଇଥିଲା । ହେଲେ ଦୁଇଟି ଫେରା ନେବା ପରେ ନୀତା ବାହା ହେବାକୁ ମନା କରିଥିଲେ । ବର ଦେଖିବାକୁ କଳା ବୋଲି ସେ କହିଥିଲେ । ଏହାସହ ବିବାହ ଭାଙ୍ଗିବାକୁ ଘରେ କହିଥିଲେ । ଏହାପରେ ବେଦିରୁ ତାଲିଯାଇଥିଲେ । ପରିବାର ଲୋକେ କନିଆଁକୁ ବୁଝାଇଥିଲେ ବି ସେ କିଛି ଶୁଣିନଥିଲେ । ବିବାହ ପାଇଁ ପରିବାର ଲୋକେ ନୀତାଙ୍କୁ ୬ ଘଣ୍ଟା ଧରି ବୁଝାଇଥିଲେ । କିନ୍ତୁ ସେ ରାଜି ହୋଇନଥିଲେ । ଶେ।ରେ ବିନା ବିବାହ କରି ବର ରବି କାନ ମୁଣ୍ଡା ଆଉଁସି ଘରକୁ ଫେରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking